ଜୁଆ ରୋକିବାରୁ ପୋଲିସକୁ ନିସ୍ତୁକ ମାଡ ; ଏସଆଇ ଓ ଥାନା ଅଧିକାରୀ ଆହତ

ଜୁଆ ଖେଳ ରୋକିବାରୁ ପୋଲିସକୁ ଆକ୍ରମଣ ।  ନବରଙ୍ଗପୁର ଖାଡେଙ୍ଗା ମଣ୍ଡେଇ ଯାତ୍ରାବେଳେ ଜୁଆ ଖେଳ ବେଳେ ପୋଲିସର ଚଢ଼ାଉ । ଗ୍ରାମବାସୀଙ୍କ ଆକ୍ରମଣରେ ଏସଆଇ ଓ ଥାନା ଅଧିକାରୀ ଆହତ,  ୧୦ ଗିରଫ

police Attacked

police Attacked Photograph: (kanaknews)

କନକ ବ୍ୟୁରୋ: ଜୁଆ ଖେଳ ରୋକିବାରୁ ପୋଲିସକୁ ଆକ୍ରମଣ । ନବରଙ୍ଗପୁର ଖାଡେଙ୍ଗାରୁ ଆସିଲା ପୋଲିସକୁ ଆକ୍ରମଣର ଖବର । ସୂଚନା ଅନୁସାରେ, ରାଇଘର ବ୍ଲକ ଯୋଡ଼ିଙ୍ଗା ପଂଚାୟତର ଖାଡ଼େଙ୍ଗା ଠାରେ ଚଳିତ ବର୍ଷର ମଣ୍ଡେଇ ଯାତ୍ରା ଚାଲିଥିବା ବେଳେ ଗତ କାଲି ରାତିରେ ସେଠାରେ ବେଆଇନ ଭାବେ ଚାଲିଥିଲା ଖୁଡୁଖୁଡି ଖେଳ । ଏହା ଏକ ପ୍ରକାର ଜୁଆ ଖେଳ । ଖବର ପାଇ ରାଇଘର ଥାନା ଅଧିକାରୀ ଏକ ଟିମ ନେଇ ବିଳମ୍ବିତ ରାତିରେ ମଣ୍ଡେଇ ଯାତ୍ରାରେ କରିଥିଲା ଚଢ଼ାଉ କ୍ଷ ଏହି ସମୟରେ କିଛି ଲୋକ ପୋଲିସକୁ ପାଲଟା ଆକ୍ରମଣ କରିଥିଲେ କ୍ଷ ଏହି ଘଟଣାରେ ଜଣେ ସଵ୍ ଇନ୍ସପେକଟର ସହିତ ଥାନା ଅଧିକାରୀ ଆହତ ହୋଇଥିଲେ । ଏ ନେଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ  ଦଶ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏବେ ବି ଅନେକଙ୍କୁ ଅଟକ ରଖି ଚାଲିଛି ପଚରା ଉଚୁରା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe