କନକ ବ୍ୟୁରୋ: ଜୁଆ ଖେଳ ରୋକିବାରୁ ପୋଲିସକୁ ଆକ୍ରମଣ । ନବରଙ୍ଗପୁର ଖାଡେଙ୍ଗାରୁ ଆସିଲା ପୋଲିସକୁ ଆକ୍ରମଣର ଖବର । ସୂଚନା ଅନୁସାରେ, ରାଇଘର ବ୍ଲକ ଯୋଡ଼ିଙ୍ଗା ପଂଚାୟତର ଖାଡ଼େଙ୍ଗା ଠାରେ ଚଳିତ ବର୍ଷର ମଣ୍ଡେଇ ଯାତ୍ରା ଚାଲିଥିବା ବେଳେ ଗତ କାଲି ରାତିରେ ସେଠାରେ ବେଆଇନ ଭାବେ ଚାଲିଥିଲା ଖୁଡୁଖୁଡି ଖେଳ । ଏହା ଏକ ପ୍ରକାର ଜୁଆ ଖେଳ । ଖବର ପାଇ ରାଇଘର ଥାନା ଅଧିକାରୀ ଏକ ଟିମ ନେଇ ବିଳମ୍ବିତ ରାତିରେ ମଣ୍ଡେଇ ଯାତ୍ରାରେ କରିଥିଲା ଚଢ଼ାଉ କ୍ଷ ଏହି ସମୟରେ କିଛି ଲୋକ ପୋଲିସକୁ ପାଲଟା ଆକ୍ରମଣ କରିଥିଲେ କ୍ଷ ଏହି ଘଟଣାରେ ଜଣେ ସଵ୍ ଇନ୍ସପେକଟର ସହିତ ଥାନା ଅଧିକାରୀ ଆହତ ହୋଇଥିଲେ । ଏ ନେଇ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ  ଦଶ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏବେ ବି ଅନେକଙ୍କୁ ଅଟକ ରଖି ଚାଲିଛି ପଚରା ଉଚୁରା । 

Advertisment