କନକବ୍ୟୁରୋ : ପ୍ରେମୀ ଯୁଗଳକୁ ଉଦ୍ଧାର ସମୟ ଜନସାଧାରଣଙ୍କ ସହ ପୁଲିସ୍ ର ଧସ୍ତାଧସ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିରିପାଲି ଗାଁରେ ଛପି ରହିଥିବା ପ୍ରେମୀ ଯୁଗଳଙ୍କୁ ବଙ୍ଗୋମୁଣ୍ଡା ପୁଲିସ୍ ଉଦ୍ଧାର କରିବାକୁ ଯାଇ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି । ପୁଲିସ ସହ ଗାଁ ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ଭିଡିଓ ଭାଇରାଲ ହେଉଛି । ଭିଡିଓରେ ବଙ୍ଗୋମୁଣ୍ଡା ଏସଆଇକୁ କିଛି ଯୁବକ ଆକ୍ରମଣ କରୁଥିବା ବେଳେ ଏସଆଇ ବାବୁ ମଧ୍ୟ ଯୁବକଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ପ୍ରେମୀ ଯୁଗଳଙ୍କ ଝିଅ ପରିବାର ଲୋକ ବଙ୍ଗୋମୁଣ୍ଡା ଥାନାରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ । ପୁଲିସ୍ ଏତଲା ଗ୍ରହଣ କରି ତଦନ୍ତ ଆଗକୁ ବଢ଼ାଇଥିବା ବେଳେ ବିରୀପାଲି ଗାଁରେ ପ୍ରେମୀ ଯୁଗଳ ଥିବା ପୁଲିସ୍ ଜାଣି ତାଙ୍କୁ ଉଦ୍ଧାର ପାଇଁ ଯାଇଥିଲା । ତେବେ ପ୍ରେମୀ ଯୁଗଳଙ୍କୁ ପୋଲିସ ସମ୍ମଖରେ ଗାଁ ଲୋକେ ଆକ୍ରମଣ କରିବାକୁ ଚେଷ୍ଟା କରିବାରୁ ପୋଲିସ ବାରଣ କରିବାରୁ ଏଭଳି ଘଟଣା ଘଟିଛି । ଏ ନେଇ ପୁଲିସ୍ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।