କନକ ବ୍ୟୁରୋ : ସିଡିଆର, ସିସିଟିଭିରେ ଲୁଚିଛି ସତ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ କଲ୍‌ ଡିଟେଲ୍ସ ରିପୋର୍ଟ ପାଇଲା ପୁଲିସ । ସିଡିଆର ଅନୁଧ୍ୟାନ କରୁଛି ସ୍ୱତନ୍ତ୍ର ଟିମ୍ । କିଛି ସନ୍ଦିଗ୍ଧ ନମ୍ବରକୁ ନେଇ ଚାଲିଛି ତନାଘନା । ମୃତ୍ୟୁ ପୂର୍ବରୁ ଆସିଥିବା କଲ୍‌ ନେଇ ଖୋଳତାଡ଼ କରାଯାଉଛି । ସେପଟେ ବ୍ରହ୍ମପୁର ପୁଲିସ ହାତରେ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ସୁରାକ ଲାଗିଛି । ଗେଟ୍‌ ବଜାରରୁ ନୂଆ ବସଷ୍ଟାଣ୍ଡ ଭିତରେ ଲାଗିଥିବା ସିସିଟିଭିରେ ମିଳିଛି ହତ୍ୟାକାରୀର ଭିଜୁଆଲ । କ୍ରାଇମସ୍ପଟରୁ ନେଇ ପୀତବାସଙ୍କ ଘର ଓ ଚାମ୍ବର ପର୍ଯ୍ୟନ୍ତ ଏସ୍‌ପି ବୁଲି ଅନୁଧ୍ୟାନ କରିଛନ୍ତି । ସିସିଟିଭି ଫୁଟେଜ ବି ଜବତ ହୋଇଛି । ବ୍ୟକ୍ତିଗତ, ବୃତ୍ତିଗତ ଓ ରାଜନୈତିକ ଦିଗକୁ ନେଇ ତଦନ୍ତ ଚାଲିଛି । ୨୦ରୁ ଅଧିକ ଜଣଙ୍କୁ ଜେରା କରିଛି ପୁଲିସ । ଆପରାଧିକ ରେକର୍ଡ ଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ବଡ଼ କଥା ହେଉଛି, ପେସାଦାର ଗନମ୍ୟାନ ଏହି ହତ୍ୟାକାଣ୍ଡ କରିଥିବା ଅନୁମାନ କରାଯାଉଥିବାରୁ ଜିଲ୍ଲାର ବନ୍ଧୁକ ଲାଇସେନ୍ସ ତାଲିକା ବି ବାହାର କରାଯାଇ ଯାଞ୍ଚ କରାଯାଉଛି । କେଉଁମାନଙ୍କ ପାଖରେ କି ପ୍ରକାର ବନ୍ଧୁକ ରହିଛି ଓ ସେମାନଙ୍କର କାହା ସହ ସମ୍ପର୍କ ରହିଛି, ତାହା ବି ଦେଖାଯାଉଛି । ୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ୬ଟି ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଏପରିକି ଗୋଟିଏ ଟିମ୍ ରାଜ୍ୟ ବାହାରକୁ ଯାଇଥିବା ଜଣାପଡ଼ିଛି ।

Advertisment

ସିଡିଆର, ସିସିଟିଭିରେ ଲୁଚିଛି ସତ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ କଲ୍‌ ଡିଟେଲ୍ସ ରିପୋର୍ଟ ପାଇଲା ପୁଲିସ
ସିଡିଆର ଅନୁଧ୍ୟାନ କରୁଛି ସ୍ୱତନ୍ତ୍ର ଟିମ୍
କିଛି ସନ୍ଦିଗ୍ଧ ନମ୍ବରକୁ ନେଇ ଚାଲିଛି ତନାଘନା
ମୃତ୍ୟୁ ପୂର୍ବରୁ ଆସିଥିବା କଲ୍‌ ନେଇ ଖୋଳତାଡ଼ କରାଯାଉଛି
ବ୍ରହ୍ମପୁର ପୁଲିସ ହାତରେ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ସୁରାକ 
ଗେଟ୍‌ ବଜାରରୁ ନୂଆ ବସଷ୍ଟାଣ୍ଡ ଭିତରେ ଲାଗିଥିବା ସିସିଟିଭିରେ ମିଳିଛି ହତ୍ୟାକାରୀର ଭିଜୁଆଲ
କ୍ରାଇମସ୍ପଟରୁ ନେଇ ପୀତବାସଙ୍କ ଘର ଓ ଚାମ୍ବର ପର୍ୟ୍ୟନ୍ତ ଏସ୍‌ପି ବୁଲି ଅନୁଧ୍ୟାନ କରିଛନ୍ତି
ବ୍ୟକ୍ତିଗତ, ବୃତ୍ତିଗତ ଓ ରାଜନୈତିକ ଦିଗକୁ ନେଇ ତଦନ୍ତ ଚାଲିଛି
୨୦ରୁ ଅଧିକ ଜଣଙ୍କୁ ଜେରା କରିଛି ପୁଲିସ
ଆପରାଧିକ ରେକର୍ଡ ଥିବା ଲୋକଙ୍କ ଉପରେ ନଜର ରଖାଯାଇଛି
ପେସାଦାର ଗନମ୍ୟାନ୍ ହତ୍ୟାକାଣ୍ଡ ଭିଆଇଥିବା ଅନୁମାନ 
ଜିଲ୍ଲାର ବନ୍ଧୁକ ଲାଇସେନ୍ସ ତାଲିକା ବି ବାହାର କରାଯାଇ ଯାଞ୍ଚ କରାଯାଉଛି
 କେଉଁମାନଙ୍କ ପାଖରେ କି ପ୍ରକାର ବନ୍ଧୁକ ରହିଛି, କାହା ସହ ସମ୍ପର୍କ ରହିଛି, ତାହା ବି ଦେଖାଯାଉଛି
୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗଢ଼ାଯାଇଛି ୬ଟି ସ୍ୱତନ୍ତ୍ର ଟିମ୍‌
 ବିଭିନ୍ନ ସ୍ଥାନରେ ଏହି ଟିମ୍ ଚଢ଼ାଉ ଜାରି ରଖିଛି
ଏପରିକି ଗୋଟିଏ ଟିମ୍ ରାଜ୍ୟ ବାହାରକୁ ଯାଇଥିବା ଜଣାପଡ଼ିଛି