କନକ ବ୍ୟୁରୋ: ବିିମାନବନ୍ଦରରୁ ସିଧା ସଭାସ୍ଥଳରେ ପହଞ୍ଚିଲେ ମୋଦୀ । ବିମାନବନ୍ଦର ନିକଟରେ ଅନୁଷ୍ଠିତ ହେଉଛି ସଭା । ସଭାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ । ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ମଞ୍ଚ ଉପରକୁ ମୋଦିଙ୍କୁ ସ୍ୱାଗତ କରିଥିଲେ । ସଭାରେ ନିଜର ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ବିଜେପି ସରକାର ଗଠନ କରିବା ପରଠୁ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଥର ଓଡ଼ିଶା ଗସ୍ତ ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଜି ସୁଦୃଢ ହୋଇଛି । ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଭାରତ ଆଜି ଅନ୍ୟତମ । ବାହ୍ୟ ସୁରକ୍ଷା ହେଉ କି ଆଭ୍ୟନ୍ତରୀଣ ସୁରକ୍ଷା ଦେଶ ଆଜି ପୂର୍ବ ଅପେକ୍ଷା ବେଶ୍ ସୁରକ୍ଷିତ । ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ଆୟୋଜିତ ହୋଇଛି । ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ପରେ ସଭାକୁ ସମ୍ବୋଧିତ କରିଥିଲେ ପିଏମ ମୋଦୀ । ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କଲେ ମୋଦୀ । ସମ୍ବୋଧନରେ ଓଡ଼ିଶା ପର୍ବ କଥା ଉଠାଇଲେ ମୋଦୀ । ଯେଉଁଠାରେ ମସଲା ଚା ପିଇବା କଥା କହିଲେ ମୋଦୀ । ଏଥିସହିତ ଆଜି ବିମାନବନ୍ଦରେ ବିପୁଳ ଲୋକଙ୍କୁ ଦେଖି ଖୁସି ବ୍ୟକ୍ତ କରିଥିଲେ ମୋଦୀ । ତେବେ ଆସନ୍ତାକାଲି ଡିଜିପି ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।