କଂଗ୍ରେସ ବିଧାୟକଙ୍କୁ ଟେକି ନେଲା ପୋଲିସ : ଏବେ କ’ଣ କରିବେ ଦଳପତି?

ବିଧାନସଭା ଆଗରୁ କଂଗ୍ରେସ ବିଧାୟକଙ୍କୁ ଟେକିନେଲା ପୋଲିସ । ବିଧାୟକମାନେ ଆସି ବିଧାନସଭା ଆଗରେ ବସିବାବେଳେ ସେମାନଙ୍କୁ ଜୋରଜବରଦସ୍ତି ଉଠାଇ ନେଲା ପୋଲିସ ।  କିଛି ବିଧାୟକଙ୍କୁ ଗାଡିରେ ବସାଇ ଅନ୍ୟତ୍ର ଛାଡିଦେଇଆସିଛି ପୋଲିସ । 

ଅଦ୍ୟତନ ହୋଇଛି
Congress protest++++

Congress protest++++ Photograph: (KanakNews)

କନକ ବ୍ୟୁରୋ: ବିଧାନସଭା ଆଗରୁ କଂଗ୍ରେସ ବିଧାୟକଙ୍କୁ ଟେକିନେଲା ପୋଲିସ । ବିଧାନସଭା ଭିତରକୁ ଯାଇ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯିବାବେଳେ ପଥରୋଧ କରିଥିଲା ପୋଲିସ । ହେଲେ ଉଭୟ ବିଜେଡି କଂଗ୍ରେସ ମିଶି ବିଧାନସଭା ଭିତରକୁ  ଧସେଇ ପଶିବା ସହ ବ୍ୟାରିକେଡ୍ ଭାଙ୍ଗିଦେଇଥିଲେ । ପରେ ବିଧାୟକମାନେ ଆସି ବିଧାନସଭା ଆଗରେ ବସିବାବେଳେ ସେମାନଙ୍କୁ ଜୋରଜବରଦସ୍ତି ଉଠାଇ ନେଲା ପୋଲିସ ।  କିଛି ବିଧାୟକଙ୍କୁ ଗାଡିରେ ବସାଇ ଅନ୍ୟତ୍ର ଛାଡିଦେଇଆସିଛି ପୋଲିସ । 

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମଚନ୍ଦ୍ର କାଡାମ ।  କହିଛନ୍ତି , ରାଜ୍ୟରେ ଅପରାଧର ସଂଖ୍ୟା ବଢିଚାଲିଛନ୍ତି । ଦିନକୁ ୮ରୁ ଅଧିକ ଦୁଷ୍କର୍ମ ଘଟୁଛି , ହତ୍ୟା ଘଟୁଛି ହେଲେ  ରାଜ୍ୟ ସରକାର କିଛି କରିପାରୁନାହାନ୍ତି । ଏହାକୁ ବିରୋଧ କରି ନ୍ୟାୟ ମାଗିବାରୁ ଆଜି ସରକାର ଆମକୁ ଏଭଳି ଶାସ୍ତି ଦେଉଛନ୍ତି । ହେଲେ ସରକାରଙ୍କ ଏଭଳି ଜୁଲମରେ ଅଟକିବନି କଂଗ୍ରେସ  ବରଂ ଆଗକୁ ଦଳ ନିଜର ସ୍ବର ଶାଣିତ କରିବ ଏବଂ ବିଧାନସଭା ବାହାରେ ଓ ଭିତରେ ଏ ଲଢେଇ  ତୀବ୍ର ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe