କନକ ବ୍ୟୁରୋ: ବିଧାନସଭା ଆଗରୁ କଂଗ୍ରେସ ବିଧାୟକଙ୍କୁ ଟେକିନେଲା ପୋଲିସ । ବିଧାନସଭା ଭିତରକୁ ଯାଇ ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯିବାବେଳେ ପଥରୋଧ କରିଥିଲା ପୋଲିସ । ହେଲେ ଉଭୟ ବିଜେଡି କଂଗ୍ରେସ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ବ୍ୟାରିକେଡ୍ ଭାଙ୍ଗିଦେଇଥିଲେ । ପରେ ବିଧାୟକମାନେ ଆସି ବିଧାନସଭା ଆଗରେ ବସିବାବେଳେ ସେମାନଙ୍କୁ ଜୋରଜବରଦସ୍ତି ଉଠାଇ ନେଲା ପୋଲିସ । କିଛି ବିଧାୟକଙ୍କୁ ଗାଡିରେ ବସାଇ ଅନ୍ୟତ୍ର ଛାଡିଦେଇଆସିଛି ପୋଲିସ ।
ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମଚନ୍ଦ୍ର କାଡାମ । କହିଛନ୍ତି , ରାଜ୍ୟରେ ଅପରାଧର ସଂଖ୍ୟା ବଢିଚାଲିଛନ୍ତି । ଦିନକୁ ୮ରୁ ଅଧିକ ଦୁଷ୍କର୍ମ ଘଟୁଛି , ହତ୍ୟା ଘଟୁଛି ହେଲେ ରାଜ୍ୟ ସରକାର କିଛି କରିପାରୁନାହାନ୍ତି । ଏହାକୁ ବିରୋଧ କରି ନ୍ୟାୟ ମାଗିବାରୁ ଆଜି ସରକାର ଆମକୁ ଏଭଳି ଶାସ୍ତି ଦେଉଛନ୍ତି । ହେଲେ ସରକାରଙ୍କ ଏଭଳି ଜୁଲମରେ ଅଟକିବନି କଂଗ୍ରେସ ବରଂ ଆଗକୁ ଦଳ ନିଜର ସ୍ବର ଶାଣିତ କରିବ ଏବଂ ବିଧାନସଭା ବାହାରେ ଓ ଭିତରେ ଏ ଲଢେଇ ତୀବ୍ର ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/26/1nEEaTho3Wpl2k7eEPpJ.jpg)