କନକ ବ୍ୟୁରୋ: ସୁନ୍ଦରଗଡ଼ କୋଇଡ଼ାରେ ଦୁର୍ବୃତ୍ତର ଆତଙ୍କରାଜ ଘଟଣା । ପୋଲିସକୁ ନାକେଦମ କଲାଣି ଦୁର୍ବୃତ୍ତ । ୨୪ ଘଣ୍ଟା ପରେ ବି ଦୁର୍ବୃତ୍ତକୁ କାବୁ କରିବାରେ ବିଫଳ ପୁଲିସ ଓ ଅଗ୍ନିଶମ ବିଭାଗ । ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିବା ବେଳେ ଛାତ ଉପରକୁ ଆସି କିଛି ହାତଲେଖା ଚିଠି ଦେଇଛି । ଏଥିରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଲେଖିବା ସହ ଅନେକ ଦାବି ରଖିଛି । ୩ ଦିନ ହେବ ଦୁର୍ବୃତ୍ତ ଜଣକ ସ୍କୁଲକୁ କବଜା କରି ପୋଲିସ ଉପରକୁ ତୀରମାଡ଼ କରୁଥିବାରୁ ସ୍କୁଲରେ ପଶିପାରୁନି ପୋଲିସ । ଗତକାଲି ଦୁବୃତ୍ତର ତୀରମାଡ଼ରେ ମହୁଲପଦା ଥାନାର ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନ ଆହତ ହୋଇଥିଲେ । ସନ୍ଧ୍ୟାରୁ ଏସଡିପିଓ, ଅଗ୍ନିଶମ ବାହିନୀ ଓ ଡଗ୍ ସ୍କ୍ବାଡ୍ ପହଁଚି ଦୁର୍ବୃତ୍ତକୁ କାବୁ କରିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇପାରି ନାହାନ୍ତି ।
କୋଇଡାରେ ପୁଲିସକୁ ନାକେଦମ କଲାଣି ଦୁର୍ବୃତ୍ତ: ୨୪ ଘଣ୍ଟା ପରେ ବି କାବୁ କରିବାରେ ବିଫଳ ପୁଲିସ ଓ ଅଗ୍ନିଶମ ବିଭାଗ
ସୁନ୍ଦରଗଡ଼ କୋଇଡ଼ାରେ ଦୁର୍ବୃତ୍ତର ଆତଙ୍କରାଜ ଘଟଣା । ପୋଲିସକୁ ନାକେଦମ କଲାଣି ଦୁର୍ବୃତ୍ତ । ୨୪ ଘଣ୍ଟା ପରେ ବି ଦୁର୍ବୃତ୍ତକୁ କାବୁ କରିବାରେ ବିଫଳ ପୁଲିସ ଓ ଅଗ୍ନିଶମ ବିଭାଗ ।