ସମ୍ବଲପୁରରେ ଏନକାଉଣ୍ଟର ; ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ କାବୁ କଲା ପୁଲିସ

ସମ୍ବଲପୁରରେ ଏନକାଉଣ୍ଟର । ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କରିଛି ପୁଲିସ  । ଏମ୍‌ଡି ସାମଦର ବାମ ଗୋଡ଼ରେ ଗୁଳି ବାଜିଛି । 

1

କନକ ବ୍ୟୁରୋ: ସମ୍ବଲପୁରରେ ଏନକାଉଣ୍ଟର । ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଅପରାଧୀ ଏମ୍‌ଡି ସାମଦକୁ ଏନକାଉଣ୍ଟର କରିଛି ପୁଲିସ  । ଏମ୍‌ଡି ସାମଦର ବାମ ଗୋଡ଼ରେ ଗୁଳି ବାଜିଛି । 

ଗତ ରାତିରେ ଏମଡି ସାମଦ ଓ  ତାର ଭାଇ ଏମଡି ଓ୍ବାସିମ ଛୁରାମାଡ଼ କରି ଆସଫ ଖାନଙ୍କୁ ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ଗୁଳିଚାଳନା କରିଥିଲା ଅଭିଯୁକ୍ତ । ଏହାପରେ ପୁଲିସ ପାଲଟା ଗୁଳି ଚଳାଇଥିଲା  । ଏଥିରେ ଆହତ ହୋଇଛି ଅପରାଧୀ ଏମଡି ସାମଦ। ତାର ଭାଇ ଏମଡି ଓ୍ବାସିମ ଫେରାର ଅଛି  । ଘଟଣାସ୍ଥଳରୁ ପୁଲିସ ୭.୬ ଏମଏମ ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe