ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜି । କହିଲେ, ନିୟନ୍ତ୍ରଣରେ ରହିଛି ସ୍ଥିତି

ଭଦ୍ରକ ହିଂସା ଘଟଣାର ସ୍ଥିତି ସମୀକ୍ଷା କରିବାକୁ ଆଜି ପୋଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତ କରିଛନ୍ତି । ଧାମନଗର ଯାାଇ ଭଦ୍ରକ ଜିଲ୍ଲାପାଳ, ଏସ୍‌ପି ଓ ପୂର୍ବାଞ୍ଚଳ ଆଇଜିଙ୍କ ସହ ଆଲୋଚନା କରିଛନ୍ତି

dgp  1

କନକବ୍ୟୁରୋ: ଭଦ୍ରକ ହିଂସା ଘଟଣାର ସ୍ଥିତି ସମୀକ୍ଷା କରିବାକୁ ଆଜି ପୋଲିସ ଡିଜି ୱାଇ.ବି ଖୁରାନିଆ ଭଦ୍ରକ ଗସ୍ତ କରିଛନ୍ତି । ଧାମନଗର ଯାାଇ ଭଦ୍ରକ ଜିଲ୍ଲାପାଳ, ଏସ୍‌ପି ଓ ପୂର୍ବାଞ୍ଚଳ ଆଇଜିଙ୍କ ସହ ଆଲୋଚନା କରିଛନ୍ତି।

ଏବେ ଭଦ୍ରକ ସହର ଓ ଧାମନଗରରେ ସ୍ଥିତି କଣ ରହିଛି ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ପରେ ଡିଜିପି ୱାଇ. ବି. ଖୁରାନିଆ ସୋସିଆଲ ମିଡିଆଠୁ ଦୂରେଇ ରହିବାକୁ ଅପିଲ୍ କରିଛନ୍ତି । 

ଏହି ଘଟଣାରେ ମୋଟ ୨୭ ଜଣଙ୍କୁ ଗିରଫ କରାଯାଇଛି। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ୪ ଦିନ ପରେ ବି ଚାପା ଉତ୍ତେଜନା ଥିବାରୁ ୧୬୩ ଧାରା ବଳବତ୍ତର ରହିଛି ।  ରାପିଡ୍‌ ଆକ୍ସନ ଫୋର୍ସ ସହ ମୋଟ ୧୮ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି। ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଥିବା ବେଳେ ଧାମନଗର ଓ ଦୋବଲରେ ଧାରା ୧୬୩କୁ ସାମାନ୍ୟ କୋହଳ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe