କନକ ବ୍ୟୁରୋ : ରାଜଧାନୀ ଛାତି ଉପରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଏବେ ବି ଉତ୍ତେଜନା ଜାରି ରହିଛି । ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପ୍ରେସମିଟ୍ କରି ଦାବି ରଖିଛି ବିଜେଡି । ମୃତ ବ୍ୟକ୍ତିଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦେବା ସହ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦେବା ପାଇଁ ଦାବି କରିଛି ବିଜେଡି ।
ବିଜେଡି ପ୍ରେସମିଟ୍ କରି କହିଛି, ହତ୍ୟାକାଣ୍ଡର ଶିକାର ହୋଇଥିବା ସହଦେଵ ନାୟକଙ୍କ ପରିବାରକୁ ପୋଲିସ ବିଭାଗ ୧ କୋଟି କ୍ଷତି ପୂରଣ ଦେବା ସହ ତାଙ୍କ ସ୍ତ୍ରୀକୁ ଚାକିରି ଦିଅନ୍ତୁ । ୭ଦିନ ଭିତରେ କ୍ଷତିପୂରଣ ନଦିଆଗଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିଜେଡି । ବିଧାୟକ ଅନନ୍ତ ଜେନା କହିଛନ୍ତି, ରାଜଧାନୀରେ ଭୟଙ୍କର ସ୍ଥିତି । ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜାଣିଲେ ଚକିତ ହେବେ, ଦୀର୍ଘ ଦିନ ଧରି ସହଦେବ ପୋଲିସର ଇନଫର୍ମର ଥିଲେ । କେଦାର ପଲ୍ଲୀ ଅଞ୍ଚଳରେ ନିଶା ବନ୍ଦ ପାଇଁ ଚେଷ୍ଟିତ ଥିଲେ । ତା ଫଳ ସ୍ୱରୂପ ଦିବା ଲୋକରେ ମାରିଦେଲେ । ବେକ କାଟିଦେଲେ । ମୁଖ୍ୟ ଆସାମୀ କିଛି ଦିନ ତଳେ ଜେଲରୁ ବାହାରିଛି । ପୋଲିସର ଇନଫର୍ମର ହେଲେ କଣ ଜୀବନ ବଳିଦାନ ଦେବେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆସୁଛନ୍ତି ଚାରିଆଡେ ପୋଲିସ ଛାଉଣୀ । ତଥାବି ଏପରି ଘଟଣା ଘଟିଗଲା । ଦୁଇଟି ଝିଅ ତା ପରିବାରକୁ ନ୍ୟାୟ ଦେବ କିଏ ? ଷଡଯନ୍ତ୍ର କାରି କିଏ ତାକୁ ଧରାଯାଉ, କଲ୍ ଡିଟେଲସ ବାହାର କରାଯାଉ କିଏ ସୂଚନା ଦେଇଥିଲା । ପୋଲିସ ସୁରକ୍ଷା ନ ଦେବା ଦ୍ୱାରା ହତ୍ୟାକାଣ୍ଡ ହେଲା । ଆମେ ନିଜକୁ ସୁରକ୍ଷିତ ମାନୁନୁ । କେଉଁମାନେ ଯୋଜନାକାରୀ ସେମାନଙ୍କ ବିରୋଧରେ ଦୁଷ୍ଟନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ଏନକାଉଣ୍ଟର କରାଯାଉ । ୨୧ ଟି ଜାଗାରେ ହାଣିଛନ୍ତି । ତା ପରିବାର କୁ ନ୍ୟାୟ ଦରକାର । ପୋଲିସ ତରଫରୁ ତାଙ୍କ ପରିବାରକୁ ୧ କୋଟି ଦିଆଯାଉ । ଓଡ଼ିଶାର ରାଜଧାନୀ ବିହାର ଠାରୁ ବଳିଗଲାଣି । ସନ୍ଧ୍ୟା ବେଳେ କ୍ୟାଣ୍ଡଲ ରାଲି କରିବୁ । ପୋଲିସ ବିଭାଗ ୧ କୋଟି କ୍ଷତି ପୂରଣ ନଦେଲେ ୭ ଦିନ ଭିତରେ ରାଜ ରାସ୍ତାକୁ ଓଲ୍ହାଇବୁ । ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ଅନନ୍ତ ଜେନା ।
ସେପଟେ, ଭୁବେନେଶ୍ୱର ମେୟର ଏହି ଘଟଣାକୁ ନେଇ ମର୍ମାହତ ହୋଇଛନ୍ତି । ସେ କହିଛନ୍ତି, ସାଧାରଣ ଲୋକ ନିଜକୁ ସୁରକ୍ଷିତ ଭାବୁନାହାନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସୁରକ୍ଷା ଚାରିଆଡେ । ଏହାରି ଭିତରେ ଯଦି ଏମିତି ହେବ ତାହେଲେ ରାଜଧାନୀ ବାସି କେମିତି ସୁରକ୍ଷିତ ରହିବେ । ଭୁବନେଶ୍ୱର ସେଫଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ, ପୋଲିସ ମିତ୍ର ଥିଲେ । ତାଙ୍କ ପରିବାର କୁ ନ୍ୟାୟ ମିଳୁ । ପୋଲିସ ତରବରିଆ ଭାବେ କେଶ କ୍ଲୋଜ ନକରୁ । ଘଟଣା ର ମୂଳ ଖୋଜା ଯାଉ । ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।