କନକ ବ୍ୟୁରୋ : ଗଞ୍ଜେଇ ଚୋରା ଚାଲାଣ ପୂର୍ବରୁ ପୋଲିସର ଚଢ଼ାଉ। ଜବତ ହେଲା ୫ କୁଇଣ୍ଟାଲ ଗଞ୍ଜେଇ। ତେବେ ଚମ୍ପଟ ମାରିଛି ଅଭିଯୁକ୍ତ। ଗଜପତି ଜିଲ୍ଲା ଅଡବା ଥାନା ଗୁରିମେରା ଜଙ୍ଗଲରେ ଚାଲିଥିଲା ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି। ଖବର ପାଇ ଅଡ଼ବା ଥାନା ପୋଲିସ୍ ଅତର୍କିତ ଚଢ଼ାଉ କରିଥିଲା।

Advertisment

ପୋଲିସକୁ ଦେଖି ୩ରୁ ୪ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପୋଲିସ୍ ଘଟଣା ସ୍ଥଳରୁ ୫୦୦ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ବଜାର ଦର ୫୦ ଲକ୍ଷରୁ ଅଧିକ ଟଙ୍କା ହେବ।