କନକ ବ୍ୟୁରୋ : ସମ୍ୱଲପୁରରେ ଆରମ୍ଭ ହୋଇଯାଇଛି ଜୋରଦାର ଚିକିଂ । ପାଖେଇ ଆସୁଛି ରାମ ନବମୀ, ଏହା ପୂର୍ବରୁ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି ପୋଲିସ ଛାଉଣୀ । ସମ୍ବେଦନଶୀଳ ଅଞ୍ଚଳରେ ଚାଲିଛି କଡାକଡି ଚେକିଂ । ଚେକିଂରେ ଡଗ୍ ସ୍କ୍ୱାଡ୍, ବମ୍ ସ୍କ୍ବାଡ୍ଙ୍କୁ ସାମିଲ କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେନେଇ ଡଗ୍ ସ୍କ୍ୱାଡ୍କୁ ନିଯୋଜିତ କରାଯାଇଛି । ସନ୍ଧାନୀ କୁକୁରଙ୍କ ଦ୍ୱାରା ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି ।
ତେବେ ଗତକାଲି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ରାମ ନବମୀରେ ଯେପରି ସବୁକିଛି ଶାନ୍ତି ଶୃଙ୍ଖଳରେ ହେବ, କୌଣସି ଗଣ୍ଡଗୋଳ ନହେବ ସେନେଇ ପୋଲିସ ସଜାଗ ରହିଛି । ପୂର୍ବରୁ ଅନେକ ଥର ରାମ ନବମୀ ଓ ହନୁମାନ ଜୟନ୍ତୀ ବେଳେ ଗଣ୍ଡଗୋଳର ନଜିର୍ ରହିଛି । ତେଣୁ ଚଳିତ ଥର ଯେପରି ସବୁକିଛି ଶାନ୍ତି ଶୃଙ୍ଖଳାରେ ହେବ ସେନେଇ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ।