ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ : ଲୁଟିଥିଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର , ୪ ଗିରଫ

ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ୍। ମାଷ୍ଟରମାଇଣ୍ଡ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ । ଗତ ୨୧ ତାରିଖ ରାତିରେ ବାରିପଦା ସହରର ଜଣେ ସୁନା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏକ କାରରେ ବାରିପଦାରୁ ବାଲେଶ୍ଵର ଦୋକାନକୁ ଯାଉଥିଲା  । 

police 7

police 7 Photograph: (KanakNews )

କନକବ୍ୟୁରୋ : ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ୍। ମାଷ୍ଟରମାଇଣ୍ଡ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ । ଗତ ୨୧ ତାରିଖ ରାତିରେ ବାରିପଦା ସହରର ଜଣେ ସୁନା ବ୍ୟବସାୟୀଙ୍କ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏକ କାରରେ ବାରିପଦାରୁ ବାଲେଶ୍ଵର ଦୋକାନକୁ ଯାଉଥିଲା  ।  ଏହି ସମୟରେ ପାଲବଣି ନିକଟରେ ଏକ ବାଇକରେ ୩ ଜଣ ଦୁବୃର୍ତ୍ତ ଆସି ସବୁ ସୁନା ଅଳଙ୍କାର ଲୁଟିନେଇଥିଲେ । କାର ଡ୍ରାଇଭରର ମେସେଜକୁ ଆଧାର କରି ଘଟଣାର ପର୍ଦାଫାସ କରିଛି ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ବାରିପଦା ସହରର ବଡ଼ବଜାର ଅଞ୍ଚଳ ବୋଲି ଜଣାପଡିଥିବା ବେଳେ ଏମାନଙ୍କ ଘରୁ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe