କନକ ବ୍ୟୁରୋ: ଯାଜପୁରର ଝିଅ ମଧ୍ୟପ୍ରଦେଶରୁ ଉଦ୍ଧାର । ନାବାଳିକା କନ୍ୟା ସହ ଅଭିଯୁକ୍ତ ବରକୁ ମଧ୍ୟ ପ୍ରଦେଶରୁ ଉଠାଇ ଆଣିଲା ଯାଜପୁର କାଳିଆ ପାଣି ପୁଲିସ । ଅଭିଯୁକ୍ତ ଥାନାରେ ଅଟକ ରଖି ପଚରାଉଚରା । ଯାଜପୁରର ଝିଅ ମଧ୍ୟପ୍ରଦେଶରେ ବିକ୍ରି ହୋଇଥିବା ଅଭିଯୋଗ ପରେ ଆକ୍ସନ ମୋଡ ରେ ଯାଜପୁର ପୋଲିସ୍ । ସୂଚନା ମୁତାବକ ଯାଜପୁର ଜିଲ୍ଲାର ୨ ଜଣିଆ ମହିଳା ରାକେଟ୍ ଷଡ଼୍ଯନ୍ତ୍ର କରି ଜଣେ ନାବାଳିକାଙ୍କୁ ବୁଲିଯିବା ବାହାନା କରି ନେଇ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ ବିକି ଦେଇଥିଲେ ।
ଘଟଣାର ପାଖାପାଖି ୨ ମାସ ପରେ କାଳିଆପାଣି ପୁଲିସ ମଧ୍ୟପ୍ରଦେଶରୁ ଏହି ନାବାଳିକା କନ୍ୟାଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି। ପୀଡ଼ିତା ନାବାଳିକାଙ୍କୁ ବେଆଇନ ଭାବେ କିଣି ବିବାହ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଉଠାଇ ଆଣି କାଳିଆପାଣି ଥାନାରେ ଅଟକ ରଖିଛି । ଶୁକ୍ରବାର ଦିନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ଗତ ୧୨ ତାରିଖରେ କାଳିଆପାଣି ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/23/minor-girl-2025-08-23-10-59-51.jpg)