କନକ ବ୍ୟୁରୋ : ଗଞ୍ଜେଇ ରେଡ୍ ବେଳେ ପୋଲିସକୁ ଆକ୍ରମଣ । ଗାଡ଼ି ଭଙ୍ଗାରୁଜା, ଢେଲା ପଥର ମାଡ଼ । ମାଫିଆଙ୍କ ମାଡ଼ରେ ଆର.ଉଦୟଗିରି ଏସଡିପିଓଙ୍କ ସମେତ ୨୬ ପୋଲିସ କର୍ମଚାରୀ ଆହତ । ଗଜପତି ମୋହନା ଥାନା ଯୁବ ପଞ୍ଚାୟତ ପିଡିଆରି ଗାଁରେ ଘଟିଛି ଏଭଳି ଘଟଣା l

Advertisment

ଗଞ୍ଜେଇ ରେଡ୍ ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ମାଫିଆ । ଗତକାଲି ରାତିରେ ଆକ୍ରମଣ ହୋଇଥିବା ବେଳେ ଆଜି ଦିନ ୧୧ଟା ଯାଏ ପୋଲିସକୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ଜନପ୍ରତିନିଧିଙ୍କ ଉପସ୍ଥିତିରେ ବୁଝାସୁଝା ପରେ ଗ୍ରାମବାସୀ ପୋଲିସକୁ ଛାଡିଥିଲେ l ଗଜପତି ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l