ପାର୍ବଣରେ ନିଶା ବେପାରୀଙ୍କ ଉପରେ ପୁଲିସର ପ୍ରହାର: ବରଗଡ଼ ଜିଲ୍ଲା ପଦ୍ମପୁରରେ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୁଲିସ ପକ୍ଷରୁ ସୁକଲିପାଡାନ ବ୍ରିଜ ନିକଟରେ ନିୟମିତ ଭଲି ଗାଡ଼ି ମୋଟର ଯାଞ୍ଚ ସମୟରେ ଦୁଇ ଗୋଟି ବାଇକକୁ ସନ୍ଦେହରେ ଅଟକ ରଖିଥିଲେ । ସେମାନଙ୍କଠାରୁ ୬୦ କେଜି ଗଞ୍ଜେଇ ସହ ଦୁଇଗୋଟି ବାଇକ ଓ ଦୁଇ ଗୋଟି ମୋବାଇଲ ଜବତ କରିଛି ପୁଲିସ ।

11

Photograph: (kanak news)

କନକ ବ୍ୟୁରୋ: ଚାରି ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ। ପାର୍ବଣରେ ନିଶା ବେପାରୀଙ୍କ ଉପରେ ପୁଲିସର ପ୍ରହାର । ଅପରେସନ ପ୍ରହାର ମାଧ୍ୟମରେ ଚଢ଼ାଉ କରି ଚାରି ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଚାଲଣ ବେଲେ ଧରିଲା ପୁଲିସ । ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୁଲିସ ପକ୍ଷରୁ ସୁକଲିପାଡାନ ବ୍ରିଜ ନିକଟରେ ନିୟମିତ ଭଲି ଗାଡ଼ି ମୋଟର ଯାଞ୍ଚ ସମୟରେ ଦୁଇ ଗୋଟି ବାଇକକୁ ସନ୍ଦେହରେ ଅଟକ ରଖିଥିଲେ । ସେମାନଙ୍କଠାରୁ ୬୦ କେଜି ଗଞ୍ଜେଇ ସହ ଦୁଇଗୋଟି ବାଇକ ଓ ଦୁଇ ଗୋଟି ମୋବାଇଲ ଜବତ କରିଛି ପୁଲିସ । ଅଟକ ବାଇକ ଚାଳକଙ୍କୁ ଅଧିକ ପଚରାଉଚରା କରାଯାଉଛି । ସୋନପୁର ଅଂଚଳରୁ ଛତିଶଗଡକୁ ଗଂଜେଇ ଚାଲାଣ କରୁଥିବା ଜଣାପଡିଥିଲା । ସମସ୍ତ ଅଭିଯୁକ୍ତମାନେ ଛତିଶଗଡର ବୋଲି ଜଣାପଡିଛି। ତେବେ ପୁଲିସ ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe