କନକ ବ୍ୟୁରୋ: ଚାରି ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ। ପାର୍ବଣରେ ନିଶା ବେପାରୀଙ୍କ ଉପରେ ପୁଲିସର ପ୍ରହାର । ଅପରେସନ ପ୍ରହାର ମାଧ୍ୟମରେ ଚଢ଼ାଉ କରି ଚାରି ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଚାଲଣ ବେଲେ ଧରିଲା ପୁଲିସ । ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୁଲିସ ପକ୍ଷରୁ ସୁକଲିପାଡାନ ବ୍ରିଜ ନିକଟରେ ନିୟମିତ ଭଲି ଗାଡ଼ି ମୋଟର ଯାଞ୍ଚ ସମୟରେ ଦୁଇ ଗୋଟି ବାଇକକୁ ସନ୍ଦେହରେ ଅଟକ ରଖିଥିଲେ । ସେମାନଙ୍କଠାରୁ ୬୦ କେଜି ଗଞ୍ଜେଇ ସହ ଦୁଇଗୋଟି ବାଇକ ଓ ଦୁଇ ଗୋଟି ମୋବାଇଲ ଜବତ କରିଛି ପୁଲିସ । ଅଟକ ବାଇକ ଚାଳକଙ୍କୁ ଅଧିକ ପଚରାଉଚରା କରାଯାଉଛି । ସୋନପୁର ଅଂଚଳରୁ ଛତିଶଗଡକୁ ଗଂଜେଇ ଚାଲାଣ କରୁଥିବା ଜଣାପଡିଥିଲା । ସମସ୍ତ ଅଭିଯୁକ୍ତମାନେ ଛତିଶଗଡର ବୋଲି ଜଣାପଡିଛି। ତେବେ ପୁଲିସ ଅଧିକ ତଦନ୍ତ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।  

Advertisment