କନକ ବ୍ୟୁରୋ : ରାତିରେ ଚାଷୀଙ୍କ ମୋବାଇଲ ଓ ବାଇକ ଲୁଟ ଉଦ୍ୟମ ପଣ୍ଡ । ଘଟଣାସ୍ଥଳରେ ଡକାୟତଙ୍କୁ ମାଡ଼ିବସିଲେ ଗ୍ରାମବାସୀ । ପୋଲିସ ଉପସ୍ଥିତିରେ ଡକାୟତଙ୍କୁ ମାଡ ମାରିଲେ ଉତ୍ୟକ୍ତ ଗ୍ରାମବାସୀ । ସୋନପୁର ଜିଲ୍ଲା ବିନିକା ବ୍ଲକର ପାପୀ ଗାଁରେ ଘଟିଛି ଏହି ଘଟଣା । ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡକାୟତଙ୍କୁ ଉଦ୍ଧାର ସମୟରେ ପୋଲିସକୁ ମାଡ ମାରିଥିଲେ । ଏପରିକି ଉତ୍ୟକ୍ତ ଗ୍ରାମବାସୀ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । 

Advertisment

ସୂଚନା ଅନୁସାରେ ଗତକାଲି ରାତି ସାଢ଼େ ଦଶଟା ସମୟରେ ଶିଂହିଜୁବା ପଞ୍ଚାୟତର ପାପୀ ଗାଁରେ ଚାଷୀମାନେ ଜମିକୁ ଜଳସେଚନ କରୁଥିଲେ । ଏହି ସମୟରେ ତିନିଜଣ ଯୁବକ ଆସି ଜଣେ ଚାଷୀଙ୍କଠାରୁ ମୋବାଇଲ ଓ ମଟର ସାଇକେଲ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ । ଚାଷୀ ପାଟି କରିବାରୁ ଆଖ ପାଖରେ ଥିବା ଚାଷୀ ଦୌଡ଼ି ଆସି ତିନି ଜଣ ଡକାୟତଙ୍କୁ ମାଡିବସି ଥିଲେ । ଡକାୟତଙ୍କୁ ମାଡ଼ ମାରି ଗାଁ କ୍ଲବ ଘରେ ରଖିଥିଲେ । ଖବର ପାଇ ପୋଲିସ ସକାଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ କବଳରୁ ତିନି ଡକାୟତଙ୍କୁ ଉଦ୍ଧାର ଉଦ୍ୟମ କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବରେ ହେବାକୁ ନେଇ ଗାଁରେ ଉତ୍ତେଜନା ଖେଳିଯାଇଥିଲା । ଡକାୟତଙ୍କୁ ଉଦ୍ଧାର ସମୟରେ ଉତ୍ତ୍ୟକ୍ତ ଲୋକ ପୋଲିସକୁ ମାଡମାରିଥିବା ଅଭିଯୋଗ ହୋଇଛି । ଅଧିକ ପୁଲିସ ଫୋର୍ସ ଗାଁରେ ପହଞ୍ଚିବା ପରେ ଡକାୟତଙ୍କୁ ମଧ୍ୟ ଧସ୍ତାଧସ୍ତି କରିଥିବା ଦେଖିବାକୁ ମିଳିଛି କ୍ଷ ପାପୀ ଗାଁରେ ଚାପା ଉତ୍ତେଜନା ରହିଥିବାରୁ ବ୍ୟାପକ ପୋଲିସ ମୁତୟନ ଅଛନ୍ତି କ୍ଷ