ବାଘ ଛାଲ ବେପାର କରୁଥିଲେ ପୁଲିସ ବାବୁ, ମାଡ଼ି ବସିଲା ବନ ବିଭାଗ : ଭଞ୍ଜନଗର ପଥରାପଲ୍ଲୀ ଗାଁରୁ କଲରାପତରିଆ ବାଘଛାଲ ଜବତ

ବାଘ ଛାଲ କାରବାର କରୁଥିଲେ ପୁଲିସ ବାବୁ, ମାଡ଼ି ବସିଲା ବନ ବିଭାଗ ।  ଗଞ୍ଜାମ ଜଗନ୍ନାଥ ପ୍ରସାଦ ରେଞ୍ଜ  ପଥରାପଲ୍ଲୀ ଗାଁରୁ ବାଘଛାଲ ଜବତ ହୋଇଛି ।

tiger

Photograph: (kanaknews)

କନକବ୍ୟୁରୋ : ବାଘ ଛାଲ କାରବାର କରୁଥିଲେ ପୁଲିସ ବାବୁ, ମାଡ଼ି ବସିଲା ବନ ବିଭାଗ ।  ଗଞ୍ଜାମ ଜଗନ୍ନାଥ ପ୍ରସାଦ ରେଞ୍ଜ  ପଥରାପଲ୍ଲୀ ଗାଁରୁ ବାଘଛାଲ ଜବତ ହୋଇଛି । ଏହି ବେଆଇନ୍ କାରବାର ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । 

କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ଜଣେ ଅବସରପ୍ରାପ୍ତ ପୁଲିସ ସବ୍‌ଇନିସପେକ୍ଟର ଅଛନ୍ତି ।  ଡିଏଫଓ ହିମାଂଶୁ ଶେଖର ମହାନ୍ତି,  ଏସିଏଫ ବିବେକ ଦାସ, ରେଞ୍ଜର ପୃଥ୍ବୀରାଜ ପ୍ରଧାନ, ବନପାଳ ଅନୁପ ବିଷୋୟୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe