କନକ ବ୍ୟୁରୋ : ଛତିଶଗଡ ବିଜାପୁର ପୁଲିସକୁ ବଡ଼ ସଫଳତା ମିଳିଛି । ପୁଣି ଦୁଇଟି ପ୍ରେସର କୁକର ବୋମା ଜବତ କରି ଏହାକୁ ନଷ୍ଟ କରିଛନ୍ତି ସିଆରପିଏଫ୍‌ ଯବାନ । ବିଜାପୁର ଗାଙ୍ଗାଲୁର ଥାନା ଅନ୍ତର୍ଗତ ମୁତୱେଣ୍ଡି ଓ ପିଡିଆ ମୁଖ୍ୟ ରାସ୍ତାରେ ଏହି ବୋମା ଖଞ୍ଜିଥିଲେ ମାଓବାଦୀ । ସେହିପରି ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ ଟେକମେଟଲା, ନଡପଲ୍ଲି,  ମଲ୍ଲେମପେଣ୍ଟା ଜଂଗଲରରୁ ୧୪ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ଡିଆରଜି ଓ ସିଆରପିଏଫ୍ ଯବାନ । ୧୪ ଜଣଙ୍କ ମଧ୍ୟରୁ ୮ ମାଓବାଦୀଙ୍କ ନାଁରେ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଗିରଫ ମାଓବାଦୀଙ୍କ ମଧ୍ୟରୁ ୨ ହାର୍ଡକୋର ମହିଳା ମାଓନେତ୍ରୀ ରହିଛନ୍ତି । ଏହାସହ ମାଓବାଦୀଙ୍କ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଥିବା ବିଜାପୁର ଏଏସପି ସୂଚନା ଦେଇଛନ୍ତି ।