କନକବ୍ୟୁରୋ : ବାଇକରେ ଆସି ବନ୍ଧୁକ ଦେଖାଇ ବିଚ ରାସ୍ତାରେ ଲୁଟ କରୁଥିଲେ ୩ ଦୃବୁର୍ତ୍ତ । ସଂଯୋଗବଶତଃ ସେହି ସମୟରେ ପହଂଚିଗଲା ପୋଲିସ ଆଉ ତାପରେ ଫିଲ୍ମ ଷ୍ଟାଇଲରେ ହେଲା ଗୋଡ଼ାଗୋଡି । ବାଇକକୁ ଧକ୍କା ଦେବାରୁ ଜଣକୁ ରାସ୍ତା ଉପରୁ ହିଁ କାବୁକଲା ପୋଲିସ । ଆଉ ଦୁଇଜଣ ଗହିର ବିଲରେ ଦଉଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ମଧ୍ୟ କାବୁ କରିଛି ପୋଲିସ ।
ଘଟଣାଟି କଟକ ଜିଲ୍ଲା ମାହାଙ୍ଗା ଥାନା କୁଣ୍ଡି ବଡପୋଲ ନିକଟରେ ଦେଖିବାକୁ ମିଳିଛି । ମାହାଙ୍ଗା ପୋଲିସକୁ ମିଳିଛି ଏଭଳି ସଫଳତା । ଧରାପଡିଥିବା ୩ ଲୁଟେରାଙ୍କ ଠାରୁ ବାଇକ ସହ ଗୋଟିଏ ବନ୍ଧୁକ, ଗୋଟିଏ ଛୁରୀ ଓ ଗୋଟିଏ କଟୁରି ଜବତ ହୋଇଛି । ସେମାନଙ୍କ ନାଁରେ ପୂର୍ବରୁ ଲୁଟ ମାମଲା ରହିଛି । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଛାତ୍ର ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ବାଟରେ ଅଟକାଇ ବନ୍ଧୁକ ଦେଖାଇ ଲୁଟପାଟ କରୁଥିଲେ ଦୁବୃତ । ସେହି ସମୟରେ ପୋଲିସ ହଠାତ ପହଂଚି ଯିବାରୁ ସମସ୍ତ ୩ ଜଣ ଲୁଟେରା ଧରାପଡିଛନ୍ତି । ସ୍ଥାନୀୟ ଅଞ୍ଚଳ ଲୋକ ମଧ୍ୟ ଲୁଟେରାଙ୍କୁ ଧରିବାରେ ପୋଲିସକୁ ବେଶ ସହଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/27/hxcHPsuwDu8s8sF4ZgzD.jpg)