କନକ ବ୍ୟୁରୋ : ବାପା ପୁଲିସ, ପୁଅ ବ୍ରାଉନସୁଗାର ବେପାରୀ । ଧଳା ଜହର କାରବାରରେ ସମ୍ପୃକ୍ତି ଅଭିଯୋଗରେ ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୁଲିସ ଏସ୍ ଆଇଙ୍କ ପୁଅ ଗିରଫ । ଅଭିଯୁକ୍ତ ଚନ୍ଦନ ବେହେରାକୁ ଅବକାରୀ ବିଭାଗ ବାନ୍ଧି କୋର୍ଟ ଚାଲାଣ କରିଛି । ତାଙ୍କ ଠାରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ୍ ହୋଇଛି । ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି। ଗତକାଲି କଟକ ଦେଉଳି ସାହି ଛକ ନିକଟରେ ବ୍ରାଉନସୁଗାର ବିକିବାକୁ ଆସୁଥିବା ଖବର ପାଇ ଅବକାରୀ ମୋବାଇଲ ୟୁନିଟ ଚଢାଉ ଚନ୍ଦନଙ୍କୁ ଗିରଫ କରିଥିଲା । ଚନ୍ଦନକୁ ଜେରା କରିବା ସହ ପୁଲିସ ବିଭାଗର ୱର୍ଲେସ ୟୁନିଟରେ କାମ କରୁଥିବା ବାପା ତଥା ଏସ ଆଇଙ୍କୁ ମଧ୍ୟ ବ୍ରାଉନସୁଗାର୍ କାରବାର ଲିଙ୍କ୍ ରେ ପଚରା ଉଚରା କରିଛି । ଯଦିଓ ପୁଅ ଚନ୍ଦନର ଏପରି କାରବାର ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି । ତେବେ ବ୍ରାଉନ ସୁଗାର କାରବାର ପୁଲିସ ପୁଅ ଧରାପଡ଼ିବା ପରେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବାପା ପୁଲିସ ହୋଇଥିବା ବେଳେ ପୁଅ କପରି ଧଳା ଜହର ସାମ୍ରାଜ୍ୟ ଚଳାଇଥିଲା ତାକୁ ନେଇ ଅବକାରୀ ବିଭାଗ ଅଧିକ ତନାଘନା ଆରମ୍ଭ କରିଛି । ପୁରା ସିଣ୍ଡିକେଟ ପଛରେ କିଏ ତାକୁ ନେଇ ଅବକାରୀ ବିଭାଗ ଖୋଳତାଡ ଜାରିରଖିଚି । ଗତକାଲି ଜଗତପୁର ନିମପୂର୍ ରୋଡ ନିକଟରେ ଆଉ ଜଣେ ଅଭିଯୁକ୍ତ ବିଶ୍ବରଂଜନକୁ ବ୍ରାଉନସୁଗାର ଲିଙ୍କ୍ରେ ଗିରଫ କରିଛି । ତା ଠାରୁ ମଧ୍ୟ ୧୩ ଲକ୍ଷ ଟଙ୍କାର ଧଳା ଯାହାର ଜବତ୍ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/20/19-2025-08-20-11-18-24.jpg)