କନକ ବ୍ୟୁରୋ: ଆଗେ ଆଗେ ମହିଳା ପଛରେ ପୋଲିସ। ଘନଘନ ଚଢ଼ାଉ , ଡ୍ରଗ୍ସ ବେପାରୀଙ୍କୁ ଧରିବାକୁ ପୋଲିସ ସହ ହାତ ମିଳାଇଛନ୍ତି ମହିଳା। ଏ ପଟେ ମହିଳାଙ୍କୁ ଆକ୍ସନ ମୁଡରେ ଦେଖି ଡ୍ରଗ୍ସ ବେପାରୀ ଚମ୍ପଟ । ଯେଉଁ ଘରେ ଡ୍ରଗ୍ସ କାରଗାର ହେଉଛି ପୋଲିସକୁ ସେଠାକୁ ନେଉଛନ୍ତି ନିଜେ ମହିଳାମାନେ ।
ନିଜ ଅଞ୍ଚଳରେ ଚାଲିଥିବା ଡ୍ରଗ୍ସ କାରବାର ବିରୋଧରେ କଡ଼ା ସଂଘର୍ଷ କରୁଛନ୍ତି ଏହି ମହିଳା।ଏହି ଦୃଶ୍ୟ ହେଉଛି ସମ୍ବଲପୁର ଧନୁପାଲି ଥାନା ସୁନାପାଲି ଅଞ୍ଚଳର । ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟର ମହିଳାମାନେ ମିଶି ଡ୍ରଗ୍ସ ବେପାରୀଙ୍କ ଘରେ କରୁଛନ୍ତି ରେଡ୍ । ନିଶା ବେପାରୀଙ୍କ ଉତ୍ପାତରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଏମାନେ । ଆଜି ଏହି ମହିଳାଙ୍କ ସହ ମିଶି ପ୍ରାୟ ୧୨ଟି ଘରେ ରେଡ୍ କରିଥିଲା ଧନୁପାଲି ପୋଲିସ ।
ଗୋଟିଏ ମାସ ମଧ୍ୟରେ ୯ଜଣ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଛି ସମ୍ବଲପୁର ପୋଲିସ। ଆଉ ଏବେ ସୁନାପାଲି ଅଞ୍ଚଳରୁ ବ୍ରାଉନସୁଗାର ବେପାରୀ ଓ କିଙ୍ଗପିନକୁ ବାନ୍ଧିବାକୁ ଘନଘନ ରେଡ୍ କରୁଛି। ଆଜି ପୋଲିସର ରେଡ୍ ପୂର୍ବରୁ କିଛି ବେପାରୀ ଚମ୍ପଟ ମରିଥିବା ବେଳେ ଖୁବଶୀଘ୍ର ପୂରା ରାକେଟକୁ ଧରିବୁ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି। । ନିଶା ବିରୋଧରେ ମହିଳାଙ୍କ ଏ ଲଢ଼େଇ ଧନୁପାଲି ଥାନା ଅଞ୍ଚଳରେ ଡ୍ରଗ୍ସ କାରବାରର ମୂଳୋତ୍ପାଟନ ପାଇଁ ସହାୟକ ହେବ ।