କନକ ବ୍ୟୁରୋ: ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣା ଓ ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ବୁର୍ଲା ପୁଲିସ ଓ ଅଭିଯୁକ୍ତର ବୟାନରେ ତାଲମେଳ ରହୁ ନଥିବାରୁ ରିମାଣ୍ଡରେ ନେଇ ପଚରା ଉଚରା କରିବାକୁ ଯୋଜନା ଓ ହତ୍ୟା ଷଡ଼ଯନ୍ତ୍ରର ଏକ ବଡ଼ ସୁରାକ ପାଇଛି ପୁଲିସ ଓ ଅଭିଯୁକ୍ତ ଫୋନ ବ୍ୟବହାର କରୁ ନଥିବାକୁ ନେଇ ବଢିଲା ସନ୍ଦେହ ଓ ତେବେ ସେ ଫୋନ ବ୍ୟବହାର କରୁଥିଲା ନା ହତ୍ୟାକାଣ୍ଡ ପରେ, ତାହାକୁ ଫୋପାଡ଼ି ଦେଇଛି ,ନା କେଉଁ ସତ ଚାପିବାକୁ ଉଦ୍ୟମ ଚାଲିଛି ସେନେଇ ଆରମ୍ଭ ହୋଇଛି ଖୋଳତାଡ଼ ଓ ସନ୍ଦେହ ଘେରରେ ଥିବା ଅଭିଯୁକ୍ତ ଠାରୁ ରିମାଣ୍ଡରେ ନେଲା ପରେ ହତ୍ୟାକାଣ୍ଡର ଗୁମର ଖୋଲିବ ସମ୍ବଲପୁର ପୁଲିସ ଓ ତେବେ ମୁଖ୍ୟ ଅଭିଯୁକ୍ତର ବାରମ୍ବାର ମତ ବଦଳାଇବାକୁ ନେଇ ସସପେନ୍ସ ବଢିଛି ।
ସମ୍ବଲପୁର ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ବୁର୍ଲା ପୁଲିସର ୭ ଦିନିଆ ରିମାଣ୍ଡ ଆବେଦନ । କାହିଁକି ଫୋନ ବ୍ୟବହାର କରୁନଥିଲେ ଅଭିଯୁକ୍ତ? ହତ୍ୟା ପରେ ଫୋନକୁ ଫୋପାଡି ଦିଆଯାଇଛି କି? ସତ ଚାପିବାକୁ ଉଦ୍ୟମ ହେଉଛି କି ? ଆଜିର ସମୟରେ ବିନା ଫୋନରେ ରହିବା ସମ୍ଭବ କି ?