କନକ ବ୍ୟୁରା: ଘର ଉପରେ ବେଆଇନ ଭିଏଚଏଫ ଆଣ୍ଟିନା ଲଗାଯିବା ଘଟଣାରେ ପୁଲିସର ଆକ୍ସନ । କେନ୍ଦ୍ରାପଡା ମହାକାଳପଡା ତନ୍ତିଆପାଳ ସାମୁଦ୍ରିକ ଅଂଚଳରେ ଘରେ ଘରେ ବେଆଇନ ଭିଏଚଏଫ ଆଣ୍ଟିନା ଲାଗିବା ଘଟଣାରେ ଆକ୍ସନ ମୋଡରେ ସ୍ଥାନୀୟ ପୁଲିସ । ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଚଢାଉ କରାଯାଇଥିବା ବେଳେ ଭିଏଚଏଫ ମେସିନ ସହିତ ଆଣ୍ଟିନା ଜବତ କରାଯାଇଛି ।
କେବଳ ଏହି ଗୋଟିଏ ଘର ନୁହେଁ ଭିଏଚଏଫ ଆଣ୍ଟିନା ତନ୍ତିଆପାଳ ଥାନା ଅଞ୍ଚଳର ବିଭିନ୍ନ ଘରେ ଲାଗିଥିବା ଦେଖିବାକୁ ମିଳିଥିଲା । କଣ ପାଇଁ ଘର ଉପରେ ଏହି ଭିଏଚଏଫ ଆଣ୍ଟିନା ଲାଗିଥିଲା ତାର କୌଣସି ସଠିକ କାରଣ ଜଣା ପଡିନାହିଁ । ସମୁଦ୍ର ଉପକୁଳ ଅଞ୍ଚଳ ହୋଇଥିବାରୁ ଏପରି ବେଆଇନ ଭାବରେ ଭିଏଚଏଫ ଲଗାଯିବା ଘଟଣାକୁ ନେଇ ସନ୍ଦେହ ବଢଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।