ଇ- ବିଟ୍ ଅଭିଯାନରେ ପୁଲିସକୁ ବଡ଼ ସଫଳତା ; ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍

Advertisment

ଇ- ବିଟ୍‌ ଅଭିଯାନରେ ୧୬ଟି ବାଇକ୍ ଜବତ କରିବା ସହ, ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏସ୍‌ପିଙ୍କ ନେତୃତ୍ୱରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି, ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି ।

ଇ- ବିଟ୍‌ ଅଭିଯାନରେ ୧୬ଟି ବାଇକ୍ ଜବତ କରିବା ସହ, ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏସ୍‌ପିଙ୍କ ନେତୃତ୍ୱରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି, ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି ।

42

କନକ ବ୍ୟୁରୋ :  ବଡ଼ ଧରଣର ବାଇକ୍ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ରାଉରକେଲା ପୁଲିସ । ଇ- ବିଟ୍‌ ଅଭିଯାନରେ ୧୬ଟି ବାଇକ୍ ଜବତ କରିବା ସହ, ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏସ୍‌ପିଙ୍କ ନେତୃତ୍ୱରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି, ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲେ କୋଇଡ଼ାର ଶଙ୍କର ଲୋହାର, ରବି ଲୋହାର ଓ ପଣ୍ଡା ମହାକୁଡ଼ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି  ।

ବିଭିନ୍ନ ଅଞ୍ଚଳରୁ ଏମାନେ ବାଇକ୍ ଚୋରୀ କରୁଥିଲେ, ପରେ ୧୦ ରୁ ୧୫ ହଜାର ଟଙ୍କାରେ ଏହାକୁ ବିକ୍ରି କରି ଦେଉଥିଲେ । ଏପରିକି କବାଡି ବାଲାକୁ ସ୍କ୍ରାପ ଆକାରରେ ବିକୁଥିଲେ । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରୀ ରଖିଛି ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe