କନକ ବ୍ୟୁରୋ : ବଡ଼ ଧରଣର ବାଇକ୍ ଚୋରୀ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ରାଉରକେଲା ପୁଲିସ । ଇ- ବିଟ୍ ଅଭିଯାନରେ ୧୬ଟି ବାଇକ୍ ଜବତ କରିବା ସହ, ଘଟଣାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଏସ୍ପିଙ୍କ ନେତୃତ୍ୱରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି, ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ହେଲେ କୋଇଡ଼ାର ଶଙ୍କର ଲୋହାର, ରବି ଲୋହାର ଓ ପଣ୍ଡା ମହାକୁଡ଼ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି ।
ବିଭିନ୍ନ ଅଞ୍ଚଳରୁ ଏମାନେ ବାଇକ୍ ଚୋରୀ କରୁଥିଲେ, ପରେ ୧୦ ରୁ ୧୫ ହଜାର ଟଙ୍କାରେ ଏହାକୁ ବିକ୍ରି କରି ଦେଉଥିଲେ । ଏପରିକି କବାଡି ବାଲାକୁ ସ୍କ୍ରାପ ଆକାରରେ ବିକୁଥିଲେ । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରୀ ରଖିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/21/42-2025-08-21-19-36-13.jpg)