ପୋଲାଭରମ ପଲିଟିକ୍ସ; ଅରୁଣ-ମାଡକାମୀ କଥା କଟାକଟି Photograph: (KanakNews )
କନକ ବ୍ୟୁରୋ: "ଓଡ଼ିଆ ଅସ୍ମିତା ଉପରେ ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଏହାଦ୍ୱାରା ଆଦିବାସୀ ବିସ୍ଥାପିତ ହେବେ । ବର୍ଷା ଦିନ ଆସିବ ବୋଲି ସେଠାରେ କାମ ଜୋରସୋରରେ ଚାଲିଲାଣି । ଓଡ଼ିଶା ସରକାର ଏନେଇ କଥା ହେବାକୁ କହିଥିଲେ, ହେଲେ ଏଯାଏ ଆଲୋଚନା କଲେନି । ମୁଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚରାଧୀନ ଅଛି", ଆଜି କିଛି ଏଭଳି ଢଙ୍ଗରେ ପୋଲାଭରମ କଥା ଉଠେଇ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ଅରୁଣ କହିଛନ୍ତି, ପୋଲାଭରମ ପାଇଁ କେନ୍ଦ୍ର ସରକାର ୧୬ ହଜାର କୋଟି ଦେଲେ ଓ କାମ ଜୋରସୋରରେ ଚାଲିଛି । ଦିଲ୍ଲୀରେ ସାଂସଦ ଦାବି ରଖି ପାରୁନାହାନ୍ତି, ତେଣୁ ଦୁର୍ବଳ ସରକାର ବୋଲି ବିଜେପିକୁ କହିଛନ୍ତି ଅରୁଣ ସାହୁ । ଏହାସହ ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଥିବା ସରକାରଙ୍କ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରରେ ସମାନ ସରକାର । ଓଡ଼ିଶା ରାଜ୍ୟପାଳ ବି ଆନ୍ଧ୍ରର , ହେଲେ ପଦକ୍ଷେପ ନେବାକୁ ସରକାରର ସାହସ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ।
୨୪ ବର୍ଷ ଶାସନରେ ଥିଲା ବେଳେ ଲୋକଙ୍କ ପାଇଁ ବିଜେଡ଼ି କିଛି କଲା ନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ । ଏହାସହ ବିଜେଡ଼ି ପାଖରେ କେତେ ଅଞ୍ଚଳ ବୁଡିବ, କେତେ କ୍ଷୟକ୍ଷତି ହେବ, କେଉଁ ଅଞ୍ଚଳ ଲୋକ ବିସ୍ଥାପିତ ହେବେ ତାର କୌଣସି ରିପୋର୍ଟ ନାହିଁ । ଏପଟେ ଏବେ ପୋଲାଭରମ ପ୍ରକଳ୍ପର ୯୦ ଭାଗ କାମ ସରିଗଲାଣି, ଆଉ ମାତ୍ର ୧୦ ଭାଗ କାମ ବାକି ଅଛି ତେଣୁ ବର୍ତ୍ତମାନ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡ଼ି ହିଁ ଏଥିପାଇଁ ଦାୟୀ ବୋଲି କହିଛନ୍ତି ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ।
Follow Us