POKକୁ ଫେରାଇନଆଣିବା ଯାଏ ଆମେ ଚୁପ ବସିବୁନି : ରାଜନାଥଙ୍କ ବୟାନକୁ ନେଇ ପାକିସ୍ତାନରେ...

Advertisment

ରାଜନାଥ ସିଂହ କହିଛନ୍ତି, ସେବେ ଯାଏ ଆମେ ଅଟକିବୁନି, ଯେବେ ଯାଏ ଆମେ ପିଓକେକୁ ଫେରାଇ ନଆଣିଛୁ

ରାଜନାଥ ସିଂହ କହିଛନ୍ତି, ସେବେ ଯାଏ ଆମେ ଅଟକିବୁନି, ଯେବେ ଯାଏ ଆମେ ପିଓକେକୁ ଫେରାଇ ନଆଣିଛୁ

Rajnath s

Photograph: (kanakNews )

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୁଣି ଥରେ ପାକ୍ ଅଧିକୃତ କାଶ୍ମୀର ପିଓକେ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ସେହି ଦିନ ଆଉ ଦୂର ନାହିଁ ଯେବେ ପିଓକେ ଆମର ହେବ, ଏବଂ ସେଠାକାର ଲୋକମାନେ ଭାରତକୁ ଫେରିବେ । ରାଜନାଥ ସିଂହଙ୍କ ଏହି ବୟାନରେ ପାକିସ୍ତାନ ପୁଣି ଥରେ ଆତଙ୍କିତ ହୋଇଉଠିଛି । ରାଜନାଥ ସିଂହ କହିଛନ୍ତି, ସେବେ ଯାଏ ଆମେ ଅଟକିବୁନି, ଯେବେ ଯାଏ ଆମେ ପିଓକେକୁ ଫେରାଇ ନଆଣିଛୁ । 

ରାଜନାଥ ସିଂହ କହିଛନ୍ତି, ଜାତୀୟ ସୁରକ୍ଷାରେ ମେକ୍ ଇନ୍ ଇଣ୍ଡିଆ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯଦି ଆମ ପାଖରେ ଏହି କ୍ଷମତା ନଥାନ୍ତା, ତେବେ ଆମର ସେନା ପାକିସ୍ତାନକୁ ପରାସ୍ତ କରିପାରି ନଥାନ୍ତା । ପାକିସ୍ତାନକୁ ଟାର୍ଗେଟ କରି ରାଜନାଥ ଆହୁରି କହିଛନ୍ତି, ଆତଙ୍କବାଦର ବ୍ୟବସାୟ ଚଳାଇବା ପାକିସ୍ତାନକୁ ଏକ ବଡ ମୂଲ୍ୟ ଦେବାକୁ ପଡ଼ିପାରେ । ପାକିସ୍ତାନ ଏବେ ଏହା ବହୁତ ଭଲ ଭାବରେ ଅନୁଭବ କରିସାରିଛି । 

ରାଜନାଥ ସିଂ ଆହୁରି କହିଛନ୍ତି, ଭାରତୀୟ ସେନା ଏକ ଦକ୍ଷ ଡାକ୍ତର ଏବଂ ସର୍ଜନ ପରି କାମ କରିଥିଲା । ଯେପରି ଜଣେ ଦକ୍ଷ ସର୍ଜନ ଅପରେସନ୍ ବେଳେ ଠିକ୍ ସମୟରେ ତାଙ୍କର ଉପକରଣ ବ୍ୟବହାର କରନ୍ତି, ସେହିପରି ଭାରତୀୟ ସେନା ମଧ୍ୟ ଆତଙ୍କବାଦର ମୂଳପୋଛ ପାଇଁ ତାଙ୍କର ଅସ୍ତ୍ରଶସ୍ତ୍ରକୁ ଅତି ସଠିକତାର ସହିତ ବ୍ୟବହାର କରିଥିଲା । କିନ୍ତୁ ପାକିସ୍ତାନର ଅଭ୍ୟାସ ରହିଛି, ସେ କେବେ ସହଜରେ ତା’ ହାରକୁ ସ୍ୱୀକାର କରେନାହିଁ  । ସେଥିପାଇଁ ଏତେ ପ୍ରହାର ପରେ ବି ପାକିସ୍ତାନର ମୁହଁ ଫୁଟାଣି ଭାଙ୍ଗିନି । ଏବେ ବି ପାକିସ୍ତାନ ଭାରତୀୟ ମାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି  ଏବଂ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe