କନକ ବ୍ୟୁରୋ: ଦେଶି ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ ହିନ୍ଦୋଳ ରାସୋଳ ଥାନା ଅନ୍ତର୍ଗତ ବମ୍ପା ଗାଁରେ ଏଭଳି ଘଟଣା ଘଟିଛି । ମୃତକ ଦୁଇଜଣ ହେଲେ ମନ୍ମଥ ସାମଲ ଓ ପ୍ରଫୁଲ ସାମଲ । ଗତକାଲି ଅପରାହ୍ନରେ ସେମାନେ ଦେଶୀ ମଦ ପିଇ ଥିଲେ ବୋଲି କୁହାଯାଇଛି । ମଦ ପିଇବା ପରେ ସେମାନଙ୍କର ଛାତି ବିନ୍ଧିବା ସହିତ ଅଣ ନିଶ୍ୱାସୀ ହୋଇ ପଡିଥିଲେ ।
ପରେ ଉଭୟଙ୍କୁ ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସିତ ଅଵସ୍ଥା ସେମାନଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇଜଣଙ୍କ ବୟସ ୪୫ରୁ ୫୫ମଧ୍ୟରେ ହେବ ବୋଲି ଜଣାପଡିଛି । ତେବେ ବିଷାକ୍ତ ମଦ ପିଇ ଉଭୟଙ୍କର ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି କାରଣ ପାଇଁ ସେ ନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି କକୁହାଯାଇଛି ।