କନକ ବ୍ୟୁରୋ : ପୁଅ ଝିଅଙ୍କ ପରେ ବାପାର ମୃତ୍ୟୁ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଓଡ଼ିଆପାରଳା ସାହିର ଶୁଭାଶିଷ ପାଣିଗ୍ରାହୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଏମକେସିଜି ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮ ବର୍ଷର ପୁଅ ଓ ୧୨ ବର୍ଷର ଝିଅର ମୃତ୍ୟୁ ହୋଇଥିଲା । ଶୁଭାଶିଷ ପାଣିଗ୍ରାହୀ ଗତକାଲି ମଧ୍ୟାହ୍ନରେ ନିଜ ପୁଅ, ଝିଅଙ୍କୁ ମୃଦୁପାନୀୟରେ ବିଷ ମିଶାଇ ପିଇବାକୁ ଦେଇଥିଲେ । ନିଜେ ମଧ୍ୟ ପିଇଥିଲେ ।  ଅସୁସ୍ଥ ହେବା ପରେ ସମ୍ପର୍କୀୟ ସମସ୍ତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Advertisment

ସେଠାରେ ୮ ବର୍ଷର ପୁଅ ବିଜୟାନନ୍ଦଙ୍କ ମୃତ୍ୟୁ ହୋଇଥିଲା  । ପରେ ବାପା ଶୁଭାଶିଷ ଓ ଝିଅ ପ୍ରିୟଦର୍ଶିନୀଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୨ ବର୍ଷର  ଝିଅ ପ୍ରିୟଦର୍ଶିନୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଆଜି ବାପା ଶୁଭାଶିଷ ପାଣିଗ୍ରାହୀ ମଧ୍ୟ ଆଖି ବୁଜିଛନ୍ତି  ।  ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ପତ୍ନୀ ଶ୍ବେତମଞ୍ଜରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା ।  ପାରିବାରିକ କଳହ ସାଙ୍ଗକୁ ସମ୍ପତ୍ତି ବିବାଦ ନେଇ ଶୁଭାଶିଷ ଚିନ୍ତାରେ ରହିଆସୁଥିଲେ  ।  ପତ୍ନୀଙ୍କ ମୃତ୍ୟୁ ପରେ ଆହୁରି ଭାଙ୍ଗି ପଡିଥିଲେ  ।  ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି  ।  ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କ ଏଭଳି ଦୁଃଖଦ ମୃତ୍ୟୁ ହୋଇଛି  ।  ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି   ।