କନକ ବ୍ୟୁରୋ: କାଳିଆ ଦିଅଁ ହେବେ ପୋଢ଼ୁଆଁ  । ନିଆଳିର ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ଓ ନବବସ୍ତ୍ର ସହ ଅଷ୍ଟମୀ ଭାର । ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବଡଦିଅଁ ହେବେ ପୋଢୁଆଁ । 

Advertisment

ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସ୍ୱତନ୍ତ୍ର ଭୋଗ । କଟକ ଜିଲ୍ଲା ନିଆଳି ବ୍ଲକ ମାଧବସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର। କେଉଁ ଆବାହାମାନକାଳରୁ ପ୍ରଚଳିତ ହୋଇ ଆସିଛି ପୋଢୁଆଁ ଭାର ପରମ୍ପରା । ଗତ ୬ବର୍ଷ ହେଲା ମାଧବନନ୍ଦଜିଉ ବିକାଶ ପରିଷଦ, ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ମନରେ ବୁଡିଯାଉଥିବଉା ପରମ୍ପରାକୁ ପୂର୍ଣ୍ଣ ପ୍ରଚଳନ ଉଦ୍ୟମ ଆରମ୍ବ କରି ଶ୍ରୀଜିଉମାନଙ୍କ ଅଙ୍ଗଲାଗି ଖଣ୍ଡୁଆ ବସ୍ତ୍ର, ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଓ ଗୋପାଳବଲ୍ଲବ ପାଇଁ ବିଭିନ୍ନ ଫଳମୂଳ, ତୁଳସୀ, ପଦ୍ମଫୁଲ ମାଳ ନେଇ ଯାଉଛନ୍ତି । 

ଏହି ଅବସରରେ ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିରକୁ ଯିବ ୬ ବର୍ଷର ପୋଢୁଆଁ ଭାର । ପୂଣ୍ୟତ୍ରୟା ପ୍ରାଚୀ ନଦୀ ମାଧବାନନ୍ଦ ପିଠରୁ କାଳିଆ ଦିଅଁ ପାଇଁ ଯାଉଛି ପୋଢୁଆଁ ଭାର । ଶୁକ୍ରବାର ପ୍ରାତଃ ୪ଟା ୩୦ ମିନିଟରେ ଶ୍ରୀମାଧବଙ୍କ ସ୍ନାନ ଓ ମାର୍ଜନା । ସକାଳ ୫ଟାରେ ମହାପ୍ରଭୁଙ୍କ ରାଜା-ରାଜେଶ୍ୱର ବେଶ, ୫ଟା ୩୦ ମିନିଟରେ ଗୋପାଳବଲ୍ଲବ ଭୋଗ ନିତିସାରି ସକାଳ ୭ଟା ୩୦ ମିନିଟ୍ ମାଧବ ମନ୍ଦିରରୁ ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା ଆରମ୍ଭ ହେବ । 

ଆସନ୍ତାକାଲି ପ୍ରଥମାଷ୍ଟମୀରେ ଶ୍ରୀମନ୍ଦିର କାର୍ୟ୍ୟସୂଚୀ ଅନୁସାରେ ମହାପ୍ରଭୁଙ୍କ ଠାରେ ପୋଢୁଆଁ ବସ୍ତ ଲାଗି କରାଯିବ। ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ମାଧବ ଗାଁ ।