କନକ ବ୍ୟୁରୋ : ସଂସଦରେ ଅପରେସନ ସିନ୍ଦୂର ଉପରେ ଚାଲିଥିବା ଆଲୋଚନାରେ ଭାଗନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଲୋକସଭାରେ ବିବୃତି ରଖୁଛନ୍ତି । ମୋଦୀ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ମାତ୍ର ୨୨ ମିନିଟରେ ନିଆଯାଇଛି । ଯେଉଁମାନେ ଏହାକୁ ଗ୍ରହଣ କରୁନାହାନ୍ତି, ସେମାନଙ୍କ ସାମ୍ନାରେ ମୁଁ ଆଇନା ଧରି ଛିଡ଼ା ହୋଇଛି ବୋଲି ମୋଦି କହିଛନ୍ତି । ମୋଦୀଙ୍କ ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଥିଲେ, ପାକିସ୍ତାନ ବିରୋଧରେ ଭାରତ ଅସ୍ତ୍ରବିରତି ଘୋଷଣା ନକରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିବା ଉଦବେଗଜନକ । ସରକାର କୂଟନୈତିକ ସ୍ତରରେ ଆତ୍ମସମର୍ପଣ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ପହଲଗାମ ପ୍ରତିଶୋଧକୁ ନେଇ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି, କହିଲେ, ସାରା ଦୁନିଆ ବିଶ୍ୱାସ କରୁଛି ହେଲେ କଂଗ୍ରେସ...
ମୋଦୀ କହିଛନ୍ତି, ଏପ୍ରିଲ ୨୨ରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ମାତ୍ର ୨୨ ମିନିଟରେ ନିଆଯାଇଛି । ଯେଉଁମାନେ ଏହାକୁ ଗ୍ରହଣ କରୁନାହାନ୍ତି, ସେମାନଙ୍କ ସାମ୍ନାରେ ମୁଁ ଆଇନା ଧରି ଛିଡ଼ା ହୋଇଛି ବୋଲି ମୋଦି କହିଛନ୍ତି ।
/kanak/media/media_files/2025/07/29/47-2025-07-29-20-36-09.jpg)