ଆସୁଛନ୍ତି ମୋଦୀ ;  ଜନ୍ମଦିନରେ ରାଜ୍ୟବାସୀଙ୍କୁ ଦେବେ ସୁଭଦ୍ରା ଯୋଜନା ଭେଟି

Advertisment

ଆସୁଛନ୍ତି ମୋଦୀ ;  ଜନ୍ମଦିନରେ ରାଜ୍ୟବାସୀଙ୍କୁ ଦେବେ ସୁଭଦ୍ରା ଯୋଜନାର ଭେଟି  । ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତିର ଟଙ୍କା । ଜନତା ମଇଦାନରେ ହେବ ବିଶାଳ କାର୍ଯ୍ୟକ୍ରମ ।

ଆସୁଛନ୍ତି ମୋଦୀ ;  ଜନ୍ମଦିନରେ ରାଜ୍ୟବାସୀଙ୍କୁ ଦେବେ ସୁଭଦ୍ରା ଯୋଜନାର ଭେଟି  । ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତିର ଟଙ୍କା । ଜନତା ମଇଦାନରେ ହେବ ବିଶାଳ କାର୍ଯ୍ୟକ୍ରମ ।

modi arr

କନକ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ । ନିର୍ବାଚନ ପ୍ରଚାର ସମୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୋଦୀ । ଏବେ ଏହି ପ୍ରତିଶ୍ରୁତି ପାଳନ କରିବା ସହ ମହିଳା ମାନଙ୍କୁ ଏହାର ପ୍ରଥମ କିସ୍ତି ପ୍ରଦାନ କରିବେ । ରାଜ୍ୟରେ ବିଜେପି ସରକାର ଗଠନ ପରେ ଏହା ହେଉଛି ମୋଦୀଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଆଜି ଦିନ ୧୨ଟାରେ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପ୍ରଥମ ଥର ପାଇଁ ଓଡ଼ିଶାରେ ନିଜର ଜନ୍ମଦିନ ପାଳନ କରିବା ସହ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ପ୍ରଥମ କିସ୍ତିରେ ୧୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା । ଏନେଇ ଜନତା ମୈଦାନରେ ବିଶାଳ ସଭାର ଆୟୋଜନ କରାଯାଇଛି । ଏହି କାର୍ୟ୍ୟକ୍ରମରେ ପ୍ରାୟ ୭୦ ହଜାର ଲୋକଙ୍କ ସମେତ ୫୦ ହଜାର ମହିଳା ସାମିଲ ହେବେ । ଏହି ଯୋଜନାରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ୫ ବର୍ଷରେ ୫୦ ହଜାର ଟଙ୍କା ପାଇବେ ସୁଭଦ୍ରା ହିତାଧିକାରୀ । ଏଥିପାଇଁ ପ୍ରାୟ ୬୦ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୧୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ପରେ ବାକି ହିତାଧିକାରୀଙ୍କୁ ଟଙ୍କା ପଠାଯିବ ବୋଲି ନିଷ୍ପତ୍ତି ହୋଇଛି । 

ଆଜି ଦିନ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେଠାରୁ ସିଧାସଳଖ ଗାଡ଼କଣ ଯାଇ ସେଠାରେ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ କରିବେ ଆଲୋଚନା। ପାଖାପାଖି ୩୦ ମିନିଟ୍‌ ଧରି ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରୁ ୧୧ଟା ୪୫ରେ ବାହାରି ୧୨ଟାରେ ଜନତା ମଇଦାନରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯେଉଁଥିରେ ରହିଛି ୨୮ ହଜାର କୋଟିର ରେଳ ପ୍ରକଳ୍ପ ଏବଂ ଏକ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ । ତାସହ ସ୍ପୋର୍ଟସ୍‌ ଭ୍ୟାଲିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଲେବେ ପ୍ରଧାନମନ୍ତ୍ରୀ। ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବେ। ଜନତା ମଇଦାନ କାର୍ୟ୍ୟକ୍ରମରେ ପାଖାପାଖି ଘଣ୍ଟାଏ ରହିବା ପରେ ଦିବ ୧.୨୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe