କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଯୋଜନା ଲାଗି ୧ ଲକ୍ଷ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି । ଉଭୟ ନିଯୁକ୍ତିଦାତା ଓ କର୍ମଚାରୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ୩.୫ କୋଟି କର୍ମଚାରୀ ଉପକୃତ ହେବେ । ଯୋଜନାର ଦୁଇଟି ଭାଗ ରହିଛି । ପ୍ରଥମ ଭାଗ କର୍ମଚାରୀ ଓ ଦ୍ୱିତୀୟଟି ନିଯୁକ୍ତିଦାତାଙ୍କ ପାଇଁ ରହିଛି । ପ୍ରଥମ ଭାଗରେ ୧.୯୨ କୋଟି ଏବଂ ଦ୍ୱିତୀୟ ଭାଗରେ ୨.୬୦ କୋଟି କର୍ମଚାରୀ ଉପକୃତ ହେବେ ବୋଲି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଞ୍ଚଳିକ ଭବିଷ୍ୟନିଧି କମିସନର-୨ ମୌସୁମୀ ଲତା ପାଢ଼ୀ କହିଥିଲେ ଯେ ଏହି ଯୋଜନାରେ ବିନିର୍ମାଣ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ପ୍ରଥମ ଥର ଚାକିରିରେ ଯୋଗଦେଉଥିବା କର୍ମଚାରୀଙ୍କୁ ଏହି ଯୋଜନାରେ ଦୁଇଟି କିସ୍ତିରେ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପ୍ରଦାନ କରାଯିବ । କର୍ମଚାରୀଙ୍କ ଭିତରେ ସଞ୍ଚୟ ମନୋଭାବ ବଢ଼ାଇବା ଲାଗି ପ୍ରୋତ୍ସାହନ ରାଶିକୁ ଏକ ସଞ୍ଚୟ ଖାତାରେ ନିର୍ଦ୍ଦିଷ୍ଟ ଅବଧି ପାଇଁ ଜମା ରଖାଯିବ । ସେହି ସମୟ ଶେଷ ହେବା ପରେ ଟଙ୍କା ଉଠାଇହେବ । ସେହିପରି, ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପାଇଁ ୬ ମାସ ପର୍ଯ୍ୟନ୍ତ ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ବିନିର୍ମାଣ କ୍ଷେତ୍ରର କର୍ମଚାରୀଙ୍କୁ ତୃତୀୟ ଓ ଚତୁର୍ଥ ବର୍ଷ ପର୍ଯ୍ୟନ୍ତ ଏହି ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଅବସରରେ ଇପିଏଫ୍ଓର ନୋଡାଲ୍ ଅଫିସର୍ ଅଲେଖ ଚନ୍ଦ୍ର ସାହୁ, ସ୍ୱସ୍ତି ଗ୍ରୁପ୍ର ଭିପି ଶୁଭୋ ବିଶ୍ବାସ ଓ ମହାପ୍ରବନ୍ଧକ (କର୍ପୋରେଟ୍ ଯୋଗାଯୋଗ) ନିହାର ରଞ୍ଜନ ସାହୁ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/29/govt-employees-2025-07-29-12-59-48.jpg)