କନକ ବ୍ୟରୋ: ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସଫଳ କରିବାକୁ ଏବେ ଶେଷ ସ୍ପର୍ଶ ଦିଆଯାଉଛି। ସମ୍ମିଳନୀ ଯେମିତି ଭବ୍ୟ ଆଉ ଦିବ୍ୟ ହେବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଭିଭିଆଇପି ଅତିଥି ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅତିରିକ୍ତ ଫୋର୍ସ ମୁତୟନ କରି କଟକ, ପୁରୀ, ଭୁବନେଶ୍ବରକୁ ସୁରକ୍ଷାବଳୟ ମଧ୍ୟରେ ରଖିଛି ପୋଲିସ ବିଭାଗ ।
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ବର । ଏହି ସମ୍ମିଳନୀ ଓଡ଼ିଶାର ବେଷ୍ଟ କେପ୍ଟ ସିକ୍ରେଟକୁ ବିଶ୍ବ ଦରବାରରେ ପହଞ୍ଚାଇବ । ୬ ତାରିଖରେ ବୈଦଶିକ ବ୍ୟାପର ମନ୍ତ୍ରୀ ଓ ଏକାଧିକ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ପହଞ୍ଚି ପ୍ରସ୍ତୁତିର ତଦାରଖ କରିବେ। ୮ ତାରିଖରେ ପ୍ରବାସୀ ୟୁଥ୍ କନକ୍ଲେଭରୁ ଆରମ୍ଭ ହେବ ଏହି ସମ୍ମିଳନୀ। ୩ ଦିନିଆ ଏହି ସମ୍ମିଳନୀରେ ଯୋଗ ଦେବାକୁ ୮ ତାରିଖ ରାତିରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ। ରାଜଭବନରେ ରାତ୍ରୀଯାପନ କରିବା ପରେ ୯ ତାରିଖ ଦିନ ୧୦ଟାରେ ଜନତା ମୈଦାନରେ ଏହି ସମ୍ମିଳନୀର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଜଣେ ଓଡ଼ିଆ ଝିଅ ଭାବେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଥିବା ଅନୁଭୂତି ପ୍ରବାସୀଙ୍କ ସହ ବାଣ୍ଟିବେ।
ଜନତା ମୈଦାନରେ ପ୍ରବାସୀ ଦେଖିବେ ମିନି ଓଡ଼ିଶାର ଝଲକ। ସମ୍ମିଳନୀସ୍ଥଳରେ ହେଉଥିବା ୫ଟି ପ୍ୟାଭିଲିୟନ ସାଜିବ ପ୍ରବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ। ଜନତା ମୈଦାନରେ ସମୁଦ୍ରକୂଳର ଅନୁଭୂତି ଦେବାକୁ ଭିନ୍ନ ଏକ ଥିମ ପ୍ରସ୍ତୁତ ହୋଇଛି। ଖାସକରି ସଂସ୍କୃତି ବିଭାଗ ଦ୍ବାରା ଗ୍ଲୋରିଅସ ଓଡ଼ିଶା ଥିମରେ ନିର୍ମିତ ପ୍ୟାଭିଲିୟନରେ ପ୍ରାଚୀନ ଓଡ଼ିଶାରୁ ଆଧୁନିକ ଓଡ଼ିଶାର ଯାତ୍ରା ଦେଖିବେ ପ୍ରବାସୀ। ଭର୍ଚୁଆଲ ଢଙ୍ଗରେ ରାମାୟଣ ପ୍ରଦର୍ଶିତ ପାଇଁ ଥିବା ଇନକ୍ଲୁସିଭ ଇଣ୍ଡିଆ ପ୍ୟାଭିଲିୟନ ବୁଲି ଦେଖିବେ ମୋଦୀ। ପାଖାପାଖି ଦେଢ ଘଣ୍ଟା ପ୍ରବାସୀଙ୍କ ସହ ସମୟ ବିତାଇବେ ପ୍ରଧାନମନ୍ତ୍ରୀ। ଏହାସହ ସମ୍ମିଳନୀସ୍ଥଳରେ ପ୍ରବାସୀଙ୍କୁ ଖାଣ୍ଟି ଓଡ଼ିଆ ଖାଦ୍ୟ ପରଷିବାକୁ ସ୍ବତନ୍ତ୍ର ଫୁଡକୋର୍ଟ ରହିବ।
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କଟକ, ପୁରୀ, ଭୁବନେଶ୍ବର ଏବେ ସଜେଇ ହେଉଛି। ଏହି ସମୟରେ ଭୁବନେଶ୍ବରରେ ପଥ ଉତ୍ସବ ଓ ପୁରୀରେ ସି ବିଚ୍ ଫେଷ୍ଟିଭାଲ ଚାଲିବ। ପ୍ରବାସୀଙ୍କୁ ବିଭିନ୍ନ ପର୍ୟ୍ୟଟନସ୍ଥଳୀ ବୁଲାଇବା ସହ ଓଡ଼ିଶାର ସୌନ୍ଦର୍ୟ୍ୟକୁ ବିଶ୍ବବ୍ୟାପୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/04/HF2LyjbdIOEXKXHXJ8Le.jpg)