କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁର ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ଚାରି ଘଣ୍ଟା ମଣିପୁରରେ ରହିବେ ବୋଲି ଜଣାପଡ଼ିଛି । କୁକି-ଜୋ ଅଧ୍ୟୁଷିତ ଚୁରାଚାନ୍ଦପୁରରୁ ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ଆରମ୍ଭ କରିବେ । ସେଠାରେ ଶାନ୍ତି ମଇଦାନରେ ଏକ ଜନସଭାରେ ଭାଷଣ ଦେବେ । ୭ ହଜାର ୩୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିସ୍ଥାପିତ ପରିବାରଙ୍କ ସହ ମଧ୍ୟ ଆଲୋଚନା କରିବେ । ପରେ ସେ ମୈତେଇ ଅଧ୍ୟୁଷିତ ଇମ୍ଫାଲରେ ୧ ହଜାର ୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ କାଙ୍ଗଲା ଫୋର୍ଟରେ ଜନସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଗୌହାଟୀ ଗସ୍ତରେ ବାହାରିବେ । ରାଜ୍ୟବ୍ୟାପୀ ସୁରକ୍ଷା କଡ଼ାକଡ଼ି ହୋଇଥିବା ସତ୍ତ୍ବେ ଚୁରାଚାନ୍ଦପୁରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ହୋଇଥିବା ସାଜସଜ୍ଜାକୁ କେତେକ ଦୁର୍ବୃତ୍ତ ନଷ୍ଟ କରିଥିବା ଖବର ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିଜେପି ଶାନ୍ତି ଓ ଉନ୍ନୟନର ପଦକ୍ଷେପ ବୋଲି ଦାବି କରିଥିବା ବେଳେ ମାତ୍ର କଂଗ୍ରେସ ଏହାକୁ ‘ପ୍ରତୀକାତ୍ମକ’ ଓ ସମସ୍ୟା ସମାଧାନରେ ବିଫଳ ଉଦ୍ୟମ ବୋଲି ଦର୍ଶାଇଛି । କୁକି-ଜୋ ସଂଗଠନ ଓ ‘ଅଲ୍ ମଣିପୁର ୟୁନାଇଟେଡ କ୍ଲବ୍ସ ଅର୍ଗାନାଇଜେସନ୍’ ଏହି ଗସ୍ତକୁ ପ୍ରଚାରମୂଳକ ବୋଲି କହିଛି । ୨୦୨୩ ମେ ମାସରେ ରାଜ୍ୟର ମୈତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମଣିପୁର ଗସ୍ତ। ଚଳିତ ବର୍ଷ ଫେବ୍ରିୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂହଙ୍କ ଇସ୍ତଫା ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିଛି । ହିଂସାରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।
ଆଜି ମଣିପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇମ୍ଫାଲ ଗସ୍ତ କରି ହିଂସା ପୀଡ଼ିତଙ୍କ ପରିବାରକୁ ଭେଟିବେ, ଭେଟିଦେବେ ୮୫୦ କୋଟି ଟଙ୍କାର ପ୍ରକଳ୍ପ
ସେଠାରେ ଶାନ୍ତି ମଇଦାନରେ ଏକ ଜନସଭାରେ ଭାଷଣ ଦେବେ । ୭ ହଜାର ୩୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିସ୍ଥାପିତ ପରିବାରଙ୍କ ସହ ମଧ୍ୟ ଆଲୋଚନା କରିବେ । ପରେ ସେ ମୈତେଇ ଅଧ୍ୟୁଷିତ ଇମ୍ଫାଲରେ ୧ ହଜାର ୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ କାଙ୍ଗଲା ଫୋର୍ଟରେ ଜନସଭାକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ଗୌହାଟୀ ଗସ୍ତରେ ବାହାରିବେ ।
/kanak/media/media_files/2025/09/13/9-2025-09-13-08-27-44.jpg)