କନକ ବ୍ୟୁରୋ : ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାପାନ ଓ ଚୀନ୍ ଗସ୍ତ । ଆଜି ପ୍ରଧାନମନ୍ତ୍ରୀ ୪ଦିନିଆ ଜାପାନ ଓ ଚୀନ୍ ଗସ୍ତରେ ଯିବେ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପର୍ଯ୍ୟାୟରେ ୨୯ ଓ ୩୦ ତାରିଖ ଦୁଇ ଦିନ ଜାପାନ ଗସ୍ତ କରିବେ । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଚୀନ୍ ଗସ୍ତ କରିବେ ।
ଜାପାନ ଗସ୍ତ କାଳରେ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗଦେବେ । ଏହା ପରେ ଚୀନ୍ ଗସ୍ତ କାଳରେ ମୋଦୀ ତିଆନଜିନରେ ସାଙ୍ଘାଇ ସମନ୍ବୟ ସଂଗଠନ-ଏସସିଓ ବୈଠକରେ ଯୋଗଦେବେ । ବୈଠକକୁ ଯୋଗଦେଇଥିବା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହିତ ମୋଦୀଙ୍କର ଦ୍ବିପାକ୍ଷିକ ଓ ବହୁପାକ୍ଷିକ ବୈଠକ ହେବ । ଏସସିଓ ବୈଠକକୁ ୨୦ଟି ରାଷ୍ଟ୍ରର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/28/13-2025-08-28-16-47-14.jpg)