କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୯ ତାରିଖରେ ପଞ୍ଜାବରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ପଞ୍ଜାବର ସତଲେଜ, ବ୍ୟାସ ଓ ରାଭି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୭୫ ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀ ରୂପନଗର, ପଟିଆଲା ଓ ଜଳନ୍ଧରର ବନ୍ୟା ପ୍ରଭାବିତ ଗାଁ ପରିଦର୍ଶନ କରି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବେ। ସେ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ରିଲିଫ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କରିବେ। ମୋଦୀଙ୍କ ଏହି ପରିଦର୍ଶନ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ ଓ ସମର୍ଥନ ପ୍ରଦାନ କରିବ ବୋଲି ଆଶା କରାଯାଉଛି।