କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ତାରିଖରେ ତିନି ଦେଶ ଯାତ୍ରା ପାଇଁ ବିଦେଶ ଗସ୍ତ କରିବେ। ୧୬ରୁ ୨୧ ତାରିଖ ପର୍ୟ୍ୟନ୍ତ ୬ ଦିନିଆ ନାଇଜେରିଆ, ବ୍ରାଜିଲ୍ ଓ ଗୁଏନା ଗସ୍ତରେ ଯିବେ  । ପ୍ରଥମେ ମୋଦୀ ୧୬ ଓ ୧୭ ତାରିଖ ନାଇଜେରିଆ ଗସ୍ତରେ ଯିବେ। ସେଠାକାର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ମୋଦୀ ଏହି ଗସ୍ତ କରୁଛନ୍ତି । 

Advertisment

୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନାଇଜେରିଆ ଗସ୍ତ । ଏହାପରେ ପ୍ରଧାନମନ୍ତ୍ରୀ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ନଭେମ୍ବର ୧୮-୧୯ରେ ବ୍ରାଜିଲ ଗସ୍ତରେ ରହିବେ । ସମ୍ମିଳନୀରେ ବୈଶ୍ଵିକ ପ୍ରସଙ୍ଗରେ ଭାରତର ପକ୍ଷ ଉପସ୍ଥାପନ କରିବେ । ଏହା ପରେ ଆଫ୍ରିକୀୟ ଦେଶ ନାଇଜେରିଆ ଓ ଦକ୍ଷିଣ ଆମେରିକୀୟ ଦେଶ ଗୁଏନା ଯାତ୍ରା କରିବେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଗୁଏନାର ରାଜକୀୟ ଯାତ୍ରାରେ ରହିବେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ୧୯୬୮ ପରେ ଏହା ପ୍ରଥମ ଯାତ୍ରା ହେବ । ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ନିୟନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଗୁଏନା ଗସ୍ତରେ ଯାଉଛନ୍ତି । ଏହି ଯାତ୍ରାରେ ଉଭୟ ପକ୍ଷ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହେବ । ଏହା ବ୍ୟତୀତ ମୋଦୀ ଗୁଏନାର ବରିଷ୍ଠ ନେତାଙ୍କୁ ଭେଟିବା ସହିତ ସାଂସଦ ଓ ପ୍ରବାସୀ ଭାରତୀୟଙ୍କ ଏକ ସଭାକୁ ସମ୍ବୋଧନ କରିବେ ।