କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି, ଏନେଇ ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ସାମିଲ ହେବେ । ଆଜି ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପିଏମ ମୋଦୀ ।  ଏହାପରେ ସୁରକ୍ଷା ବଳୟ ମଧ୍ୟରେ ଯାଇ ଅପରାହ୍ନ ୫ଟା ୧୫ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିବେ । ରାଜଭବନରେ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ରହିବେ, ଏହାପରେ ୬ଟା ୨୦ରୁ ରାଜଭବନରୁ ବାହାରି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ ମୋଦୀ । ସେଠାରେ ଦଳୀୟ ବିଧାୟକ, ମନ୍ତ୍ରୀ, ସାସଂଦଙ୍କ ସମେତ ଦଳୀୟ ପଦାଧିକାରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ଉଭୟ ଦଳ ଓ ୫ ମାସରେ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ସମୀକ୍ଷା କରିବେ । ସଂଧ୍ୟା ୭ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ । ରାତି ୮ଟା ୩୦ରେ ରାଜ୍ୟ କାର୍ୟ୍ୟାଳୟରୁ ବାହାରି ୮ଟା ୪୫ରେ ରାଜଭବନରେ ପହଞ୍ଚିବା ସହ ସେଠାରେ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । 
ଏହାପରେ ଆସନ୍ତାକାଲି ପୂର୍ବାହ୍ନ ୮ଟା ୩୦ରେ ରାଜଭବନରୁ ବାହାରି ସିଧାସଳଖ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ସେଠାରେ ସେ ରାତି ୮ଟା ପର୍ଯ୍ୟନ୍ତ ରହିବେ, ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ । ସେହିପରି ଡିସେମ୍ବର ୧ ତାରିଖ ପୂର୍ବାହ୍ନ ୮ଟା ୨୫ରେ ରାଜଭବନରୁ ବାହାରି ୮ଟା ୩୦ରେ ଡିଜିପି ସମ୍ମିଳନୀରେ ଯୋଗଦେବେ । ଅପରାହ୍ନ ୪ଟା ୧୫ ପର୍ଯ୍ୟନ୍ତ କନ୍‌ଭେନସନ ସେଣ୍ଟରଠାରେ ରହିବେ । ଏହାପରେ ଅପରାହ୍ନ ୪ଟା ୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । 

Advertisment

ଓଡ଼ିଶାରେ ମୋଦୀଙ୍କ ୩ ଦିନର କାର୍ଯ୍ୟସୂଚୀ
- ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
- କଡ଼ା ସୁରକ୍ଷାରେ ଯାଇ ୫ଟା ୧୫ ମିନିଟରେ ରାଜଭବନରେ ପହଞ୍ଚିବେ
- ସଂଧ୍ୟା ୬ଟା ୨୦ରୁ ରାଜଭବନରୁ ବାହାରି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ
- ଦଳୀୟ ବିଧାୟକ, ମନ୍ତ୍ରୀ, ସାସଂଦ, ପଦାଧିକାରୀଙ୍କ ସହ କରିବେ ବୈଠକ
- ଦଳ ଓ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ କରିବେ ସମୀକ୍ଷା
- ପାର୍ଟି କାର୍ଯ୍ୟାଳୟରେ ରାତ୍ରୀଭୋଜନ କରିବାର କାର୍ଯ୍ୟକ୍ରମ
- ରାତି ୮ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟରୁ ରାଜଭବନ ଯିବେ
- ୩୦ ତାରିଖ ସକାଳ ୮ଟା ୩୦ରେ ରାଜଭବନରୁ ବାହାରିବେ ପ୍ରଧାନମନ୍ତ୍ରୀ
- ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଡିଜିପି ସମ୍ମିଳନୀରେ ହେବେ ସାମିଲ
- ରାତି ୮ଟା ପର୍ଯ୍ୟନ୍ତ ରହିବେ ସମ୍ମିଳନୀରେ ରହିବେ ପ୍ରଧାନମନ୍ତ୍ରୀ
-ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ
-ଡିସେମ୍ବର ୧ରେ ସମ୍ମିଳନୀର ଦ୍ବିତୀୟ ଦିନରେ ବି ଯୋଗଦେବେ ମୋଦୀ
-ଅପରାହ୍ନ ୪ଟା ୧୫ ପର୍ୟ୍ୟନ୍ତ କନ୍‌ଭେନସନ ସେଣ୍ଟରଠାରେ ରହିବେ
- ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ