କନକ ବ୍ୟୁରୋ : ପାଣିପାଗ ଜାଣିବାକୁ ହେଲେ ଆଜି ପ୍ରତିଟି ବ୍ୟକ୍ତି ପାଣିପାଗ ବିଭାଗ ଉପରେ ନିର୍ଭରଶୀଳ । ଭାରତର ପାଣିପାଗ ବିଭାଗ ନିଜ କାର୍ଯ୍ୟଦକ୍ଷତା  ପାଇଁ ସାରା ବିଶ୍ବରେ ପ୍ରଶଂସିତ ହୋଇଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଯେ ଭାରତୀୟ ପାଣିପାଗ ବିଭାଗକୁ ପୂରିଛି ଏବେ ୧୫୦ ବର୍ଷ । ବ୍ରିଟିଶ ଅମଳରେ ପ୍ରତିଷ୍ଠା ହୋଇଥିଲା ଆମର ଦେଶର ପାଣିପାଗ ବିଭାଗ ବା ଆଇଏମଡି । କାର୍ଯ୍ୟ ଆରମ୍ଭ କରିବା ପାଖରୁ ଦେଶକୁ ବହୁ ପ୍ରାକୃତିକ ବିପଦରୁ ସଫଳତାର ସହ ରକ୍ଷା କରିପାରିଛି ଏହା ।

Advertisment

ଆଇଏମଡିକୁ ୧୫୦ ବର୍ଷ
ବିପର୍ଯ୍ୟୟର ସଠିକ୍‌ ପୂର୍ବାନୁମାନରେ ମାଇଲଷ୍ଟୋନ୍
ଭାରତୀୟ ପାଣିପାଗ ବିଭାଗକୁ ପୂରିଛି ୧୫୦ ବର୍ଷ
ବ୍ରିଟିଶ ଅମଳରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ
୧୮୭୫ରେ କୋଲକାତାରେ ପ୍ରତିଷ୍ଠା ହୋଇଥିଲା ଆଇଏମଡି
ପରେ ସିମଲା, ପୁନେ ଏବଂ ଶେଷରେ ୧୯୪୪ରେ ଦିଲ୍ଲୀକୁ ହୋଇଥିଲା ସ୍ଥାନାନ୍ତର 
ପ୍ରାକୃତିକ ବିପର୍ଯ୍ୟୟର ସଠିକ୍‌ ପୂର୍ବାନୁମାନ କରିବାରେ ସ୍ଥାପନ କରିଛି ଅନେକ ମାଇଲଖୁଣ୍ଟ
ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ମିଶନ ମୌସମ୍ 
ଆଇଏମଡିକୁ ଆହୁରି ଉନ୍ନତ କରିବା ପାଇଁ ଜାରି ହେଲା ଭିଜନ୍ ୨୦୪୭ ଡକ୍ୟୁମେଣ୍ଟ୍

ଆଇଏମଡି ସହିତ ଓଡ଼ିଶାର ରହିଛି ବିଶେଷ ସମ୍ପର୍କ । ବାତ୍ୟ ଓ ବନ୍ୟା ଦ୍ବାରା ପ୍ରଭାବିତ ଓଡ଼ିଶା ପାଇଁ ବରଦାନ ସାବ୍ୟସ୍ତ ହୋଇଛି ଆଇଏମଡିର ଜ୍ଞାନକୌଶଳ । ସେହିପରି ଆଇଏମଡିର ନେତୃତ୍ବ ଗତ କିଛି ବର୍ଷ ରହିଆସିଛି ଓଡିଆ ଅଧିକାରୀ ହାତରେ । ଓଡ଼ିଶାରେ ଜନ୍ମିତ ଆଇଏମଡିର ମୁଖ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତି । ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍, ହୁଡହୁଡ୍, ତିତଲି ଓ ଫୋନି ଭଳି ବାତ୍ୟାର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍‌ ଆକଳନ କରି ସମସ୍ତର ବିଶ୍ୱାସଭାଜନ ହୋଇପାରିଥିଲେ। 

ବିଶ୍ବ ବର୍ତ୍ତମାନ ଏକ ଉତ୍କଟ ପାଣିପାଗ ସମସ୍ୟା ଦେଇ ଗତୁ କରୁଛି । ଯାହାର ମୁକାବିଲା କରିବା ଓ ଲୋକଙ୍କୁ ପରିବେଶକୁ ନେଇ ସଚେତନ ହେବା ଦିବରେ ଭାରତୀୟ ପାଣିପାଗ ବିଭାଗର ଭୂମିକା ସୁବୁବେଳେ ଗୁରୁତ୍ବ ବହନ କରିଆସିଛି ।