ଓଡ଼ିଶାରେ ଗଡ଼ିବ ଆଉ ୨ ବନ୍ଦେଭାରତ ; ଆଜି ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରେ ଗଡ଼ିବ ଆଉ ୨ ବନ୍ଦେଭାରତ ; ଆଜି ୬ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଓଡ଼ିଶାରେ ବି ଗଡ଼ିବ ନୂଆ ଟ୍ରେନ୍ । ଆଜିଠୁ ଗଡ଼ିବ ଟାଟାନଗର-ବ୍ରହ୍ମପୁର ବନ୍ଦେ ଭାରତ ଟ୍ରେନ୍ । ରାଉରକେଲା-ହାୱାଡା ଟ୍ରେନ ବି କରିବ ଚଳାଚଳ ।

bandee bharat

କନକ ବ୍ୟୁରୋ: ଓଡ଼ିଶାରେ ଗଡ଼ିବ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ବ୍ରହ୍ମପୁର- ଟାଟାନଗର ଓ ରାଉରକେଲା-ହାୱଡା ମଧ୍ୟରେ ଚାଲିବ ବନ୍ଦେ ଭାରତ । ଏହା ସହ ଆଉ ୪ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଝାଡ଼ଖଣ୍ଡର ଟାଟାରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଭିଡିଓ କନଫରେନ୍ସରେ ଏହାର ଶୁଭାରମ୍ଭ କରିବେ। 

ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନରେ ଉପସ୍ଥିତ ରହିବେ। ପରେ ମୁଖ୍ୟମନ୍ତ୍ରୀ ସେହି ଟ୍ରେନ୍‌ରେ ଭୁବନେଶ୍ବର ଯାତ୍ରା କରିବେ। ଟ୍ରାଏଲ ରନ୍ ବେଳେ ୧୩୦ କିଲୋମିଟର ବେଗରେ ଦୌଡିଥିଲା ବନ୍ଦେ ଭାରତ। ୫୮୬ କିଲୋମିଟରର ଦୂରତାକୁ ବନ୍ଦେ ଭାରତ ୯ ଘଂଟା ୧୦ ମିନିଟରେ ଅତିକ୍ରମ କରିବ। ମଙ୍ଗଳବାକୁ ଛାଡିଦେଲେ ସପ୍ତାହରେ ଅନ୍ୟ ଦିନରେ ଟ୍ରେନ ଚଳାଚଳ କରିବ। ଦୀର୍ଘଦିନ ଧରି ଟାଟାନଗର-ବ୍ରହ୍ମପୁର ରୁଟରେ ବନ୍ଦେ ଭାରତ ଚଳାଇବା ପାଇଁ ଦାବି ହୋଇଆସୁଥିଲା। 

ପ୍ରତିଦିନ ବନ୍ଦେ ଭାରତ ଟାଟାନଗରରୁ ସକାଳ ୫ଟା ୨୦ ମିନିଟରେ ଛାଡିବ, ଆଉ ବ୍ରହ୍ମପୁରରେ ଦିନ ୨ଟା ୩୦ ମିନିଟରେ ପହଞ୍ଚିବ। ସେହିପରି ବ୍ରହ୍ମପୁରରୁ ଦିନ ୩ଟାରେ ଛାଡି ଟାଟନଗରରେ ରାତି ୧୧ଟା ୫୫ ମିନିଟରେ ପହଞ୍ଚିବ । ଏହି ଯାତ୍ରା ବେଳେ ଚାଇଁବାସା, ବାଂଶପାଣି, କେନ୍ଦୁଧରଗଡ, ହରିଶ୍ଚନ୍ଦ୍ରପୁର, ଯାଜପୁର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡରେ ବନ୍ଦେ ଭାରତ ଏକ୍ସପ୍ରେସ ରହଣୀ କରିବ । ସେହିପରି ରାଉରକେଲା-ହାୱାଡା ଟ୍ରେନ ଚକ୍ରଧରପୁର, ଟାଟାନଗର ଓ ଖଡ଼ଗପୁରରେ ରହିବ । ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ସହ ୬୫୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ମଧୁପୁର ବାଇପାସ୍ ରେଳ ଲାଇନ୍‌ ଓ ହଜାରିବାଗ୍ କୋଚିଂ ଡିପୋର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe