କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷାପେ ଚର୍ଚ୍ଚାରେ ଆଜି ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିବେ । ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଚଳିତ ବର୍ଷ ବୋର୍ଡ ପରୀକ୍ଷାକୁ ନେଇ ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ।

Advertisment

ଦିନ ୧୧ଟାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ସମ୍ୱୋଧିତ କରିବେ । ଚଳିତ ବର୍ଷ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସାମିଲ ହେବେ । ଏଥିରେ ବୋର୍ଡ ପରୀକ୍ଷାକୁ ନେଇ ଚାପ, ଚିନ୍ତା ଓ ପରୀକ୍ଷା ଜନିତ ମାନସିକ ଅବସାଦରୁ କିପରି ବଞ୍ଚିବେ ତାହାର ଉପାୟ ବତାଇବେ ପ୍ରଧାନମନ୍ତ୍ରୀ । ଚଳିତ ବର୍ଷର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ପୂର୍ବ ବର୍ଷର ସମସ୍ତ ରେକର୍ଡକୁ ଭାଙ୍ଗିବ । କାରଣ ଏଥର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ସମେତ ଦେଶର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବଡ଼ ବଡ଼ ହସ୍ତୀ ସାମିଲ ହେବେ । ପରୀକ୍ଷା ପେ ଚର୍ଚ୍ଚା କାର୍ୟ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ, ବିକ୍ରାନ୍ତ ମୈସୀ, ଭୂମି ପେଡନେକର ଏବଂ ୬ ଥରର ବକ୍ସିଂରେ ବିଶ୍ୱ ବିଜୟୀ ବକ୍ସର ମେରିକମ ସାମିଲ ହେବେ । ଏହାଛଡ଼ା ସଦଗୁର ସମେତ ଅନ୍ୟ ଧର୍ମଗୁରୁ ମଧ୍ୟ ସାମିଲ ହେବେ । ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଡିଡି ନେସନାଲ, ଡିଡି ନ୍ୟୁଜ, ଡିଡି ଇଣ୍ଡିଆ ସମେତ ଘରୋଇ ଟିଭି ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ ।  

ପରୀକ୍ଷା ପେ ଚର୍ଚ୍ଚାକୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ
୫ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସାମିଲ ହେବେ 
ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହ ଲାଇଭ କଥା ହେବେ ପ୍ରଧାନମନ୍ତ୍ରୀ
ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ କିପରି ଚାପମୁକ୍ତ ହେବେ ଉପାୟ କହିବେ ମୋଦୀ 
କାର୍ଯ୍ୟକ୍ରମରେ ସାମିଲ ହେବେ ଦୀପିକା ପାଦୁକୋନ, ବିକ୍ରାନ୍ତ ମେସି, ଭୂମି ପେଡନେକର 
କିମ୍ୱଦନ୍ତୀ ବକ୍ସର ମେରିକମ ହିନ୍ଦୁ ଧର୍ମଗୁରୁ ସଦଗୁରୁ ମଧ୍ୟ ଯୋଗ ଦେବେ 
ଦୂରଦର୍ଶନ, ଘରୋଇ ଟିଭି ଚ୍ୟାନଲରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ
ୟୁଟ୍ୟୁବ, ଫେସବୁକ, ଏକ୍ସ ପ୍ଲାଟଫର୍ମରେ ମଧ୍ୟ ସିଧାର ପ୍ରସାରଣ ହେବ  
ଏହି କାର୍ଯ୍ୟକ୍ରମରେ ପ୍ରାଧାନମନ୍ତ୍ରୀ ଜରିଆରେଙ୍କ ମାର୍ଗଦର୍ଶନ ପାଇବେ ଛାତ୍ରଛାତ୍ରୀ