କନକ ବ୍ୟୁରୋ : ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ସାମିଲ ହୋଇଥିଲେ। ଏହାସହ ବରିଷ୍ଠ ପୁଲିସ୍ ଅଧିକାରୀ ମଧ୍ୟ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମକୁ ସଫଳ ଭାବେ ଆୟୋଜନ କରାଯିବା ସହ ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗିତା ଉପରେ ଗୁରୁତ୍ବାରୋପ କରାଯାଇଛି । ପ୍ରଧାନମନ୍ତ୍ରୀ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୨୭ ତାରିଖ ଦିନ ୧୧ଟାରେ ‘ସେବା ପର୍ବ’କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୋଦୀ ବିଭିନ୍ନ ଜନହିତକର ପ୍ରକଳ୍ପ ଉଦଘାଟନ କରିବେ। ଏହାସହ ଅନେକ ନୂତନ କାର୍ଯ୍ୟକ୍ରମ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ ।
୨୭ ତାରିଖରେ ଓଡ଼ିଶାର ସେବା ପର୍ବ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ, ଲୋକସେବା ଭବନରେ ହେଲା ପ୍ରସ୍ତୁତି ବୈଠକ
ଏଥିରେ ବିଭନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ସାମିଲ ହୋଇଥିଲେ। ଏହାସହ ବରିଷ୍ଠ ପୁଲିସ୍ ଅଧିକାରୀ ମଧ୍ୟ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମକୁ ସଫଳ ଭାବେ ଆୟୋଜନ କରାଯିବା ସହ ସୁରକ୍ଷା ବ୍ୟବସ୍ଥା, ଜନସାଧାରଣଙ୍କ ସହଭାଗିତା ଉପରେ ଗୁରୁତ୍ବାରୋପ କରାଯାଇଛି ।
/kanak/media/media_files/2025/09/20/7-2025-09-20-08-10-53.jpg)