ବିହାର ଜନସଭାରୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍: ଜନତାଙ୍କ ସମ୍ମୁଖରେ ଖୋଲିଲେ ପୂର୍ବ କଂଗ୍ରେସ-ଆରଜେଡି ସରକାରଙ୍କ ଦୁର୍ନୀତିର ଚିଠା

ଚଳିତବର୍ଷ ଶେଷ ସୁଦ୍ଧା ବିହାରରେ ପଡ଼ିବ ଭୋଟ୍‌ । ଏଥରକର ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ଜନମତ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳମାନଙ୍କ କସରତ ଆରମ୍ଭ ହୋଇସାରିଛି ।

55

Photograph: (KANAK NEWS)

କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ବିଜେପି, କଂଗ୍ରେସର ମାରାଥନ ପ୍ରଚାର ଭିତରେ ଆଜି ରାଜ୍ୟକୁ ୧୩ହଜାର କୋଟି ଟଙ୍କାର ଭେଟିଦେଇଛନ୍ତି କେନ୍ଦ୍ର ସରକାର । ଏଥିସହ ଅପରେସନ ସିନ୍ଦୂରର ସଫଳତା ବଖାଣିବା ସହ ବିହାରର ପୂର୍ବତନ ସରକାର ଶାସନ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ।

ଚଳିତବର୍ଷ ଶେଷ ସୁଦ୍ଧା ବିହାରରେ ପଡ଼ିବ ଭୋଟ୍‌ । ଏଥରକର ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ଜନମତ ହାତେଇବାକୁ ବିଭିନ୍ନ ରାଜନୈତିକ ଦଳମାନଙ୍କ କସରତ ଆରମ୍ଭ ହୋଇସାରିଛି । ଆଜି ରାଜ୍ୟ ପାଇଁ ୧୩ହଜାର କୋଟି ବିଭିନ୍ନ ବିକାଶମୂଳକ ପରିଯୋଜନା ଭେଟି ଦେବା ସହ ମାଳମାଳ ପ୍ରତିଶ୍ରୁତି ଦେଇଛି ବିଜେପି । ଏଥିସହ ପୂର୍ବ ମେଣ୍ଟ ସରକାର କଂଗ୍ରେସ, ଆର୍‌ଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। କେବଳ ବିଜେପି ନୁହେଁ ମେଣ୍ଟସାଥୀ ଜେଡିୟୁ ମଧ୍ୟ ଫୋକସରେ ମହିଳା,ଯୁବବର୍ଗଙ୍କୁ ରଖିଥିବା ବେଳେ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବାକୁ କଡ଼ା ଆଇନ ଆଣିବା ଦିଗରେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ଆଜିର ଜନସଭାରେ ଅପରେସନ ସିନ୍ଦୂରଠୁ ନେଇ ଲୋକସଭାରେ ଆଗତ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । 

ଏସ୍‌ଆଇଆର୍‌ ପ୍ରସଙ୍ଗକୁ ନେଇ ଉଠୁଛି ପଡ଼ୁଛି ବିହାର ରାଜନୀତି । ଏପରିକି ମୁଖ୍ୟ ନିର୍ବାଚନ କମିସନଙ୍କ ଉପରେ ଭୋଟ୍‌ ଚୋରି ଅଭିଯୋଗ ଲଦିବାକୁ ପଛେଇନାହାଁନ୍ତି ବିରୋଧୀ । ଏହା ମଧ୍ୟରେ  ଉଭୟ ବିଜେପି ଓ ଜେଡିୟୁ ଭୋଟରଙ୍କୁ ଆକୃଷ୍ଟ କରି ବିରୋଧୀଙ୍କ ବିରୋଧରେ ଗୋଟି ଚାଳନା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe