କନକ ବ୍ୟୁରୋ : ଲୋକଙ୍କୁ ପିଏମ ଆବାସ ଦେବାକୁ ସରକାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଯାଉଛନ୍ତି । ୨୪ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ ହେବ । ସର୍ଭେ ଦେଢରୁ ଦୁଇମାସ ଚାଲିବ। ଏହାପରେ ଲୋକଙ୍କୁ ଘର ମିଳିବ। ଏଥିପାଇଁ ପଂଚାୟତିରାଜ ବିଭାଗ ପୁରା ପ୍ରସ୍ତୁତ ଅଛି । ପିଏମ ଆବାସରେ ପଞ୍ଜିକରଣ ପାଇଁ ନିୟମକୁ କୋହଳ କରାଯାଇଛି ।
ପିଏମ ଆବାସ: ଆବେଦନ ପାଇଁ ସର୍ତ୍ତାବଳୀ
- ମାସିକ ୧୫ ହଜାର ଆୟକାରୀ ଆବେଦନ କରିପାରିବେ
- ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ
- ସ୍ବାମୀଠାରୁ ଅଲଗା ରହୁଥିବା ମହିଳା ବି ସାମିଲ ହୋଇପାରିବେ
- ଅନଲାଇନ ଓ ପଂଚାୟତ ଅଫିସରେ ହେବ ଆବେଦନ
- ବାଇକ, ଫ୍ରିଜ ଥିଲେ ବି କରିପାରିବେ ଆବେଦନ
- ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକଙ୍କୁ ବି ନୂଆ ଆବେଦନ କରିବାକୁ ହେବ
କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି । ତେବେ ଓଡିଶାକୁ କେତେ ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ଦୁଇ ମାସ ଭିତରେ ପ୍ରକ୍ରିୟା ସରିବା ପରେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ । ବିଜୁ ପକ୍କାଘର ନେଇ ଥିବା ଦ୍ୱନ୍ଦ୍ବକୁ ପଂଚାୟତିରାଜ ମନ୍ତ୍ରୀ ଦୂର କରିଛନ୍ତି । ବିଜୁ ପକ୍କାଘର ନାହିଁ , କିନ୍ତୁ ଛାପା ଅଛି ଲୋକେ କାଢିବେ । ଛାପା ବା ଘରେ ସିଲଟ ଲଗେଇଛନ୍ତି , ସେ ସିଲଟ ଉଠିବ । ପୂର୍ବ ସରକାରଙ୍କ ଆନ୍ତରିକତା ନଥିଲା । ବିଜୁ ପକ୍କାଘରର ତାଲିକା ଆମ ପାଖରେ ନାହିଁ ବୋଲି କହିଛନ୍ତି ପଂଚାୟତିରାଜମନ୍ତ୍ରୀ । ମାତ୍ର ୩ ଲକ୍ଷ ୧୨ ହଜାର ଲୋକଙ୍କୁ ବିଜୁ ପକ୍କାଘର ଦେଇ ବାହା ବାହା ନେଉଥିଲେ ସରକାର ବୋଲି ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ବିଜେପି ନିର୍ବାଚନୀ ଇସ୍ତାହାରରେ ୧୫ ଲକ୍ଷ ବାସହୀନକୁ ଘର ଯୋଗାଇଦେବାକୁ ପ୍ରତିଶ୍ରୃତି ଦେଇଥିଲା । ଏବେ କେନ୍ଦ୍ର ସରକାର ଆବାସ ସଂଖ୍ୟା ୨ କୋଟିରୁ ୩ କୋଟିକୁ ବଢାଇଛନ୍ତି । ତେବେ ଓଡିଶା ଭାଗରେ କେତେ ଘର ମିଳିବ ତା ଉପରେ ସମସ୍ତଙ୍କ ନଜର ରହିଛି ।