ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି , ୧୯୪୭ ମସିହାରେ ଦେଶ ୩ ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ଆକ୍ରମଣ ହୋଇଥିଲା । ପାକିସ୍ତାନ ମୁଜାଦ୍ଦିନ ଆତଙ୍କବାଦୀମାନଙ୍କୁ ବ୍ୟବହାର କରି ଭାରତ ମାଟିର ଏକ ଅଂଶକୁ କବଜା କରିଥିଲା । ସେହି ସମୟରେ ସର୍ଦ୍ଦାର ପଟେଲ ବଡ ପରାମର୍ଶ ଦେଇଥିଲେ । ପିଓକେ ନ ପାଇବା ପର୍ଯ୍ୟନ୍ତ ଭାରତର ସଶସ୍ତ୍ର ବାହିନୀ ଆଗକୁ ବଢନ୍ତୁ ବୋଲି ସେ କହିଥିଲେ । ତାଙ୍କ କଥା ନ ଶୁଣିବାରୁ ଗତ ୭୫ ବର୍ଷ ଧରି ଆତଙ୍କବାଦୀଙ୍କୁ ସହୁଛି ଭାରତ । ପହଲଗାମ ମଧ୍ୟ ଏହି ଆତଙ୍କୀ କାର୍ଯ୍ୟର ଏକ ଉଦାହରଣ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।
ଲୌହମାନବଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ : କହିଲେ , ପଟେଲ ଜୀଙ୍କ ପରାମର୍ଶ ମାନିଥିଲେ ଆଜି ଏ ଦିନ ଦେଖିନଥାନ୍ତା ଭାରତ
ପ୍ରଧାନମନ୍ତ୍ରୀ କହିଛନ୍ତି , ୧୯୪୭ ମସିହାରେ ଦେଶ ୩ ଖଣ୍ଡ ହେଲା ବେଳେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେହିଦିନ ରାତିରେ କାଶ୍ମୀରରେ ପ୍ରଥମ ଆତଙ୍କୀ ଆକ୍ରମଣ ହୋଇଥିଲା ।
/kanak/media/media_files/2025/05/27/81sDGohqOxTN3sp6b9Jc.jpg)