କନକବ୍ୟୁରୋ : କୌଣସି ସମୟରେ ପାକିସ୍ତାନ ଉପରେ ବଡ କାର୍ଯ୍ୟାନୁଷ୍ଠାନ କରିପାରେ ଭାରତ । କାରଣ ପ୍ରଧାନମନ୍ତ୍ରୀ ମୋଦୀ ଦେଇ ସାରିଛନ୍ତି ନିର୍ଦ୍ଦେଶ । ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ । କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବଡ ବୈଠକ ।
ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ନିର୍ଦ୍ଦେଶ ପରେ ଗୋଟିଏ କଥା ସ୍ପଷ୍ଟ ହୋଇସାରିଛି ଯେ ପାକିସ୍ତାନ ଉପରେ କୌଣସି ସମୟରେ ବଡ ହମଲା କରିପାରେ । ମୋଦୀଙ୍କ ବାସଭବନ, ୭ ଲୋକ କଲ୍ୟାଣ ମାର୍ଗରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇସାରିଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ ଅନିଲ ଚୌହ୍ୱାନ ଏବଂ ତିନି ସେନାର ମୁଖ୍ୟ ଉପସ୍ଥିତ ଥିଲେ । ଯେଉଁମାନେ ସୀମା ସୁରକ୍ଷା ସହ ଜମ୍ମୁକାଶ୍ମୀର ସ୍ଥିତି ଉପରେ ବିସ୍ତୁତ ସୂଚନା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/04/29/5qQsGP7WhRBf3zy0xTzI.jpg)